ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ ଲିମିଟେଡ୍‌ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୫ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ।

ଡିଷ୍ଟ୍ରିକ୍ଟ୍‌ ମ୍ୟାନେଜର– ଗ୍ରୁପ୍‌ ବି: (ଗୋଟିଏ ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ଏଗ୍ରିକଲ୍‌ଚର୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ସହ ଏଗ୍ରିକଲ୍‌ଚର୍‌ ମେକାନିଜ୍ନ/ସଏଲ୍‌/ଜଳ ସଂରକ୍ଷଣ/ଇରିଗେସନ୍‌ ଆଣ୍ଡ ଡ୍ରେନେଜ୍‌ ବିଭାଗରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବ।
  • ବୟସ ସୀମା- ୨୦୨୦ ଜାନୁଆରି ୧ ସୁଦ୍ଧା ୩୪ ବର୍ଷରୁ କମ୍‌ ବୟସ୍କ

ଆକାଉଣ୍ଟସ୍ ଅଫିସର୍‌– ଗ୍ରୁପ୍‌ ବି: (୨ଟି ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ସହ ଆଇସିଏ/ଆଇସିଡବ୍ଲୁଏ ଏବଂ ୨ର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା- ୨୦୨୦ ଜାନୁଆରି ୧ ସୁଦ୍ଧା ୩୪ ବର୍ଷରୁ କମ୍‌ ବୟସ୍କ

ମ୍ୟାନେଜର୍‌-ଗ୍ରୁପ୍‌ ବି: (ଗୋଟିଏ ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ପର୍ସୋନେଲ୍‌ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍‌/ଏମ୍‌ବିଏ/ପିଜିଡିବିଏମ୍‌/ପିଜିଡିଏମ୍‌ରେ ସ୍ଲାତକୋତ୍ତର ଡିଗ୍ରୀ ହାସଲ କରିବା ସହ ସିପର୍‌ଭାଇଜରି ଲେଭେଲ୍‌ରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା- ୨୦୨୦ ଜାନୁଆରି ୧ ସୁଦ୍ଧା ୩୪ ବର୍ଷରୁ କମ୍‌ ବୟସ୍କ

ଅମୀନ – ଗ୍ରୁପ୍‌ ସି: (୨ଟି ପଦବୀ)

  • ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ଷ୍ଟ୍ରିମ୍‌ରେ ଦ୍ଵାଦଶ କରିବା ସହ ସରକାରୀ ସଂସ୍ଥାରେ ଅମୀନ ପଦବା ପାଇଁ ତାଲିମ ନେଇଥିବେ।
  • ବୟସ ସୀମା- ୨୦୨୦ ଜାନୁଆରି ୧ ସୁଦ୍ଧା ୩୨ ବର୍ଷରୁ କମ୍‌ ବୟସ୍କ

ଆବେଦନ ପ୍ରକ୍ରିୟା

ଆବେଦନକାରୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନ ପତ୍ର ପୂରଣ କରିବା ସହ ସମସ୍ତ ଦରକାରୀ କାଗଜପତ୍ର ତଥା ଅଭିଜ୍ଞତାପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ଦାଖଲ କରିବାକୁ ହେବ।

ଆବେଦନ ଶୁଳ୍କ– ୫୦୦ ଟଙ୍କା

ଏହି ନିଯୁକ୍ତି ନିମନ୍ତେ ଅଧିକ ସୂଚନା ପାଇଁ www.orissaagro.com ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

ସୌଜନ୍ୟ – ଚାକିରି ପ୍ଲସ୍

Comment