ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ସଂଶୋଧନ ଆଇନ ୨୦୧୮କୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି। ଫଳରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ସଂଶୋଧିତ ଆଇନ କାଏମ ରହିଛି।
ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବିନିତ ଶରଣ ଏବଂ ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ଆବେଦନର ରାୟ ଶୁଣାଇଛନ୍ତି।
ଏବେ ଏସସି/ଏସଟି ଆଇନ ଆଧାରରେ ଯେଉଁ ବ୍ୟକ୍ତି ବିରୋଧରେ ଅଭିଯୋଗ ଆସିବ ସେ ଶୀଘ୍ର ଗିରଫ ହେବେ। ତାଙ୍କୁ ଅଗ୍ରୀମ ଜାମିନ ମିଳିବ ନାହିଁ।
ଏସ୍/ଏସ୍ଟି ଆକ୍ଟ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ କେହି ସେମାନଙ୍କ ଜାତି ସମ୍ପର୍କରେ କୌଣସି ଆକ୍ଷେପ ବା ଇଙ୍ଗିତ ଆଣିବା ଦଣ୍ଡନୀୟ। ତାଙ୍କୁ ଅଗ୍ରୀମ ଜାମିନ ମିଳିବ ନାହିଁ।















