ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଶୁକ୍ରବାର ଦିନ କୋଟିଆ ବିବାଦର ଶୁଣାଣି କରିବେ ସୁପ୍ରିମକୋର୍ଟ। କୋଟିଆ ପଞ୍ଚାୟତକୁ ନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ନିବେଦନ କରିଥିଲେ। ଶୁକ୍ରବାର ଏହି ମାମଲାରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ସରକାର ନିଜର ଜବାବ ରଖିବା ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିବେ।

ଫେବ୍ରୁଆରି ୧୦ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆନ୍ଧ୍ରପ୍ରଦେଶ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିବା ପାଇଁ ଆବେଦନ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଏହି ମାମଲା କରିଥିଲେ। ତେବେ ଏହାକୁ ଗ୍ରହଣ କରିବାର ଦିନକ ପରେ ସୁପ୍ରିମକୋର୍ଟ ପକ୍ଷରୁ ଶୁଣାଣି ତାରିଖ ଧାର୍ଯ୍ୟ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଉଛି।ଚୂଡ଼ାନ୍ତ ଶୁଣାଣି ନହେବା ପର୍ଯ୍ୟନ୍ତ କୋଟିଆ ପଞ୍ଚାୟତକୁ ନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ଏଏମ ଖାନଭିଲକର ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ଓଡ଼ିଶାର ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ କୋରାପୁଟର କିଛି ଅଞ୍ଚଳ ଉପରେ ନିଜର ସ୍ଥିତି ଜାହିର କରୁଛି ଆନ୍ଧ୍ର। ଆସନ୍ତା ୧୩ ଓ ୧୭ ରେ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ତିନୋଟି ଗ୍ରାମରେ ନିର୍ବାଚନ କରିବାକୁ ଆନ୍ଧ୍ର ଘୋଷଣା କରିଛି।

Comment