ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟ ପାଇଁ ୪ ଜଣ ନୂଆ ବିଚାରପତିଙ୍କ ନାଁ ଘୋଷଣା କରାଯାଇଛି। ଏନେଇ ସୁପ୍ରିମକୋର୍ଟ କଲିଜିୟମ ପକ୍ଷରୁ ମଞ୍ଜୁରି ମିଳିଛି। ବାରରୁ ୨ ଜଣ ଓ ଅନ୍ୟ ଦୁଇଜଣ ଜୁଡିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।

ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଏବଂ ମୃଗାଙ୍କ ଶେଖର ସାହୁ ହେବେ ହାଇକୋର୍ଟର ନୂତନ ବିଚାରପତି। ସେହିପରି ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କୁ ମଧ୍ୟ ବିଚାରପତି ଭାବେ ନିଯୁକ୍ତି କରାଯାଇଛି।

ସେପ୍ଟେମ୍ବର ୨୯ରେ ଏକ ବୈଠକ ବସିଥିଲା। ସେଥିରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ପ୍ରସ୍ତାବିତ ବ୍ୟକ୍ତିମାନଙ୍କ ତାଲିକାକୁ ଅନୁମୋଦନ କରିଥିଲେ। ଉକ୍ତ ଅନୁମୋଦନ ମୁତାବକ ଓଡ଼ିଶା ହାଇକୋର୍ଟ ଆସିବେ ୪ ବିଚାରପତି। ସେହିପରି ଉକ୍ତ ବୈଠକରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପାଇଁ ଜଣେ ବିଚାରପତିଙ୍କୁ ନିଯୁକ୍ତି କରାଯାଇଛି।

Comment