ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ବସ୍‌ରେ ବିଦ୍ୟୁତ ତାର ଲାଗିବା ଘଟଣାରେ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାସହ ବହୁ ଯାତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ଏହି ଘଟଣାରେ ବ୍ରହ୍ମପୁର ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ଗୋଳନ୍ଥରା ପୋଲିସ ଆଇପିସି ଧାରା ୨୭୯, ୩୦୪-ଏ, ୩୩୭ ଓ ୩୩୮ରେ ମାମଲା ରୁଜୁ କରିଛି।

ଏହି ଘଟଣା ପରେ ବସ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।

ରବିବାର ବ୍ରହ୍ମପୁର ସହର ଗୋଳନ୍ଥରା ଥାନା ମୋଲପତୁରି ନିକଟରେ ଏକ ବସ୍‌ରେ କିଛି ଲୋକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ବାଟରେ ଏକ ୧୧ କେଭି ବିଦ୍ୟୁତ ତାର ବସରେ ଲାଗିଯାଇଥିଲା। ଫଳରେ ବସରେ ଥିବା ଯାତ୍ରୀମାନେ ବିଦ୍ୟୁତ୍ ଆଘାତ ପାଇଥିଲେ। ସ୍ଥାନୀୟ ଲୋକମାନେ ବିଦ୍ୟୁତ୍ କାଟିବା ସହ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।  ଆହତମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

୭ ଜଣ ଯାତ୍ରୀ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି।

Comment