ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁରରେ ୧୧ କେଭି ବିଦ୍ୟୁତ ତାର ଲାଗି ବସ୍‌ ଯାତ୍ରୀ ମୃତାହତ ଘଟଣାର ଆଜିଠୁ ହେବ ସମୀକ୍ଷା। ଏନେଇ ଶକ୍ତିମନ୍ତ୍ରୀ ଦିବ୍ୟ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ‘‘ ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟି ଗଠନ ହେବ। ଶକ୍ତି ବିଭାଗର ସୁପରିଟେଣ୍ଡେଣ୍ଟ, ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏହି କମିଟି ଗଠନ କରାଯିବ। ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।’’

ଅନ୍ୟପଟେ ଗତକାଲି ବସ୍‌ରେ ବିଦ୍ୟୁତ ତାର ଲାଗିବା ଘଟଣାକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ବସିବ। ଏହି ବୈଠକରେ ପରିବହନ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ରହି କିପରି ଓ କାହିଁକି ଦୁର୍ଘଟଣା ହେଲା ସେ ନେଇ ଆଲୋଚନା କରିବେ।

ବିଦ୍ୟୁତ ତାର ଲାଗି ମଝି ରାସ୍ତାରେ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି।

Comment