ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ପୋଲିସ କ୍ୱାର୍ଟର୍ସରେ ଗଣଦୁଷ୍କର୍ମକୁ ନେଇ ଜୋରଦାର ହେଉଛି ପ୍ରତିବାଦ। ମଙ୍ଗଳବାର ପରି ବୁଧବାର ମଧ୍ୟ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇଥିଲେ। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ।

ମଙ୍ଗଳବାର ଦିନ ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲେ। ଶିଶୁଭବନ ଛକରେ ପୋଲିସ ଅଟକାଇବାରୁ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ବୁଧବାର ପୁଣି ପ୍ରତିବାଦ କରିଛି କଂଗ୍ରେସ।

ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନ ଘେରାଉ କରିଛି କଂଗ୍ରେସ। ଏହାସହ ମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ର କଂଗ୍ରେସର ୧୦ରୁ ୧୨ ଜଣ କର୍ମୀଙ୍କୁ ଅଟକ ରଖିଥିଲା।

Comment