ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରେ ସାମିଲ ହେଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ଶନିବାର ଦିନ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଜୟରାମ ପାଙ୍ଗୀ ଦଳରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ତଳସରାର ପୂର୍ବତନ ବିଧାୟକ ରଞ୍ଜିତ ଭିତିରିଆ ବିଜେଡି ଛାଡ଼ି କଂଗ୍ରେସରେ ମିଶିଛନ୍ତି। ଏହି ଅବସରରେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରସାଦ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଜୟରାମ ପାଙ୍ଗୀ କହିଥିଲେ, କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଜୟରାମ ପାଙ୍ଗୀ ଏହା ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ସାମିଲ ଥିଲେ। ତା’ ପୂର୍ବରୁ ସେ ବିଜେପି, ବିଜେଡି ଓ ଜନତା ଦଳରେ ମଧ୍ୟ ରହିଥିଲେ। କୋରାପୁଟର ଟାଣୁଆ ନେତା ଭାବେ ପରିଚିତ ଜୟରାମ ପାଙ୍ଗୀ ଚାରି ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଥରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

Tags: #OdishaPolitics #Politics #Congress #BJP #BJD #Odisha

LEAVE A REPLY

Please enter your comment!
Please enter your name here