ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ସାଂଗଠନିକ ସ୍ତରରେରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରାଯାଇଛି। ଅଜୟ କୁମାରଙ୍କୁ ଓଡ଼ିଶା ସହ ତାମିଲନାଡ଼ୁ ଓ ପୁଡ଼ୁଚୋରୀର ଅତିରିକ୍ତ ଦାୟିତ୍ଵ ମିଳିଛି।

ଅଜୟ କୁମାର ଏବେ ଏ. ଚେଲ୍ଲା କୁମାରଙ୍କ ସ୍ଥାନ ନେବେ। ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି।

ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଏଆଇସିସି ପକ୍ଷରୁ ବିଭିନ୍ନ ରାଜ୍ୟର ପ୍ରଭାରୀ ଅଦଳବଦଳ କରାଯାଇଛି।

ପୂର୍ବରୁ ଉତ୍ତରପ୍ରଦେଶ ଦାୟିତ୍ଵ ପ୍ରିୟଙ୍କା ଗାନ୍ଧୀଙ୍କ ହାତରେ ଥିବାବେଳେ ଏବେ ତାଙ୍କ ସ୍ଥାନରେ ଅବିନାଶ ପାଣ୍ଡେଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସ ଭାବାରୀ ଭାବେ ଦାୟିତ୍ଵ ମିଳିଥିବାବେଳେ ମୋହନ ପ୍ରକାଶଙ୍କୁ ବିହାରର କଂଗ୍ରେସ ପ୍ରଭାବରୀ ଭାବେ ନିଯୁକ୍ତି ମିଳିଛି।

ଏହା ସହ ରମେଶ ଚେନିଥାଲାଙ୍କ ମହାରାଷ୍ଟ୍ରର କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବାବେଳେ ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ ଓ ମୁକଲ ଓ୍ଵାସ୍ନିକଙ୍କୁ ଗୁଜରାଟ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି।

Tags: #Politics #IndianPolitics #Odisha #Congress #PCCIncharge #DrAjayKumar

LEAVE A REPLY

Please enter your comment!
Please enter your name here