ଓଡ଼ିଶାଲାଇଭ୍ ବ୍ୟୁରୋ

ସାମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଛି ଘନ ଘନ ପ୍ରସ୍ତୁତି ବୈଠକ। ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପରିସ୍ଥିତର ମୁକାବିଲା ଲାଗି ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା କହିଛି ଶକ୍ତି ବିଭାଗ।

ରାଜ୍ୟ ଶକ୍ତି ବିଭାଗ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ସଜାଗ ରହିଛି। ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଶୁକ୍ରବାର କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।

ମେ’ ୧ ତାରିଖରୁ ରାଜ୍ୟରେ ବିଦ୍ୟୁତ୍ ସମସ୍ୟା ନାହିଁ। ବିଜୁଳି କାଟ୍ ମଧ୍ୟ କରାଯାଉନି। ବର୍ତ୍ତମାନ ସୁଦ୍ଧା ଦର୍ଲିପାଲି ପାଓ୍ୱାର ଷ୍ଟେସନ ସମ୍ପୂର୍ଣ୍ଣ ଠିକ୍ ହୋଇନଥିଲେ ମଧ୍ୟ ବିଜୁଳି ସମସ୍ୟା ଉପୁଜି ନାହିଁ। ଏହି ସମୟରେ ଲୋକଙ୍କୁ ଠିକ୍ ଭାବେ ବିଦ୍ୟୁତ୍ ସୁବିଧା ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ସବୁ ପ୍ରକାର ଯୋଜନା କରାଯାଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଦିବଦ୍ୟ ଶଙ୍କର ମିଶ୍ର ଏବଂ ଶକ୍ତି ସଚିବ ନିକୁଞ୍ଜ ଧଳ।

ବାତ୍ୟାର ମୁକାବିଲା ପାଇଁ ବିଭାଗୀୟ ଟିମ୍ ପ୍ରସ୍ତୁତ ରହିବା ସହ ଏଥିପାଇଁ ଗୋଟିଏ ମନିଟରିଂ ଟିମ୍ ଗଠନ କରାଯାଇଛି। ଏହା ସହ ଜରୁରୀକାଳିନ ଟିମ ପ୍ରସ୍ତୁତ ରହିଛି ବୋଲି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର।

ଗତକାଲି ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହୋଇ ସତର୍କ ରହିବାକୁ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ ସ୍ଵତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ରାଜ୍ୟର ୧୮ଟି ସମ୍ବେଦନଶୀଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି। ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଟିମ୍ ଏବଂ ରାଜ୍ୟ ଅଗ୍ନିଶମ ବାହିନୀ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

Tags: #Cyclone #Odisha #EnergyDepartment

LEAVE A REPLY

Please enter your comment!
Please enter your name here