ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବେଶ୍‌ ଉତ୍ସାହିତ ଅଛି ଆମ୍‌ ଆଦମୀ ପାର୍ଟି। ବହୁ ଆସନରେ ଆପ୍‌ ଆଗରେ ଥିବାରୁ ଆପ୍‌ ମୁଖ୍ୟାଳୟରେ କର୍ମୀମାନେ ବାଜା ବଜାଇ, ଗୀତ ଗାଇ ନାଚିଛନ୍ତି। ଅନ୍ୟପକ୍ଷରେ କେଜରିଓ୍ୱାଲଙ୍କ ବାସଭବନରେ ମଧ୍ୟ ନେତା ମନ୍ତ୍ରୀଙ୍କ ଭିଡ଼ ଲାଗିଛି।

ଏହି ଖୁସିର ମାହୋଲ ମଧ୍ୟରେ ଆକର୍ଷଣ ସାଜିଛନ୍ତି ‘କୁନି କେଜରୀଓ୍ୱାଲ’। ଏକ ୩ ବର୍ଷର ଝିଅ ଅବିକଳ କେଜରିଓ୍ୱାଲଙ୍କ ଭଳି ଟୋପି ପିନ୍ଧି, ନିଶ ଲଗାଇ, ମଫ୍‌ଲର ବାନ୍ଧି ତାଙ୍କ ବାସଭବନକୁ ଯାଇଥିବା ଦେଖିବାକୁ ମିଳିଛି।

ଏହି କୁନି ଝିଅ ଜଣକ ହେଲେ ଆପ୍‌ର ଜଣେ ସମର୍ଥକଙ୍କ ଝିଅ। ବାପା, ମା’ କେଜରିଓ୍ୱାଲଙ୍କ ବଡ଼ ସମର୍ଥକ ହୋଇଥିବାରୁ ସେ ନିଜ ଝିଅକୁ ତାଙ୍କ ଏଭଳି ସଜେଇଥିବା କହିଛନ୍ତି। ଭବିଷ୍ୟତରେ କୁନି ଝିଅ କେଜରିଓ୍ୱାଲଙ୍କ ଭଳି ହେଉ ବୋଲି ତାଙ୍କ ବାପା, ମା’ କହିଛନ୍ତି।

Comment