ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘର ସହ ଜୀଅନ୍ତା ଜଳିଗଲେ ମହିଳା। ଭଦ୍ରକ ସେରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ମହିଳା ହେଲେ ସରୋଜିନୀ ପରିଡ଼ା। ବୁଧବାର ସକାଳେ ସରୋଜିନୀ ରୋଷେଇ କରୁଥିଲା ବେଳେ ସଟ୍ ସର୍କିଟରୁ ଘରେ ନିଆଁ ଲାଗିଯାଇଥିଲା।

ଏହି ନିଆଁ ବ୍ୟାପି ଗ୍ୟାସ ସିଲିଣ୍ଡରରେ ଲାଗିଯାଇଥିଲା। ଫଳରେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଏଥିରେ ସରୋଜିନୀ ଜୀଅନ୍ତା ଜଳିଯାଇଥିଲେ। ମହିଳାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଏହି ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିବା ଯିବା ସହ ଘର ସମ୍ପୂର୍ଣ୍ଣ ଜିନିଷ ପତ୍ର ଜଳି ପାଉଁଶ ହୋଇଯାଇଛି। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଘର ଜଳିଯାଇଥିଲା।

Comment