ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ତେନ୍ତୁଳିଖୁଣ୍ଟିଆ ଏବଂ ନନ୍ଦହାଣ୍ଡିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜୁନିୟର କ୍ଲର୍କ କମ୍‌ ଏକାଉନ୍‌ଟାଣ୍ଟ ପଦବୀରେ ୨ ଜଣ ମହିଳାଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆସନ୍ତା ଫେବ୍ରୁଆରି ୧୯ ଯାଏଁ ଆବେଦନ କରିପାରିବେ।

ଏହି ଦୁଇଟି ପଦବୀ ମଧ୍ୟରୁ ଗୋଟିଏ ପଦବୀ ଏସ୍‌ସି (ମହିଳା)ଙ୍କ ପାଇଁ ଏବଂ ଗୋଟିଏ ପଦବୀ ସାଧାରଣବର୍ଗ (ମହିଳା)ଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।

ଶିକ୍ଷାଗତ ଯୋଗ୍ୟତା:

ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟର ଏବଂ ଟାଲିରେ ଦକ୍ଷତା ଥିବା ଆବଶ୍ୟକ।

ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଜକ୍ଷତା ଥିବା ଆବଶ୍ୟକ।

ବୟସ ସୀମା– ୨୦୨୦ ଜାନୁଆରି ୨ ତାରିଖ ସୁଦ୍ଧା ୨୧ରୁ ୩୨ ବର୍ଷ ବୟସ୍କ

ଦରମା– ୮,୮୮୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଡାକ ମାଧ୍ୟମରେ ଆବେଦନପତ୍ର ସହ ନିଜର ବାୟୋଡାଟା ଏବଂ ସମସ୍ତ ଦରକାରୀ କାଗଜପତ୍ରକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିକିତ ଠିକଣାରେ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା – ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର, ପିଓ/ପିସ୍‌/ଜିଲ୍ଲା- ନବରଙ୍ଗପୁର, ପିନ୍‌- ୭୬୪୦୫୯

ଆବେଦନ ଶୁଳ୍କ– ୨୦୦ ଟଙ୍କା (ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁରଙ୍କ ଜରିଆରେ)

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ nabarangpur.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment