ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଅଭ୍ୟାସ ମ୍ୟାଚରେ ଆଣ୍ଠେଇଛି ଟିମ୍ ଇଣ୍ଡିଆ। ଶନିବାରଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ମାତ୍ର ୨୬୩ ରନ୍ କରି ଅଲଆଉଟ୍ ହୋଇଯାଇଛି।

ଏହି ଅଭ୍ୟାସ ମ୍ୟାରେ ଟିମ୍ ଇଣ୍ଡିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ମାତ୍ର ୫ରନ୍ ଭିତରେ ତିନୋଟି ୱିକେଟ୍ ଓ ୩୮ରନ ଭିତରେ ୪ଟି ୱିକେଟ୍ ହରାଇ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା ଟିମ୍ ଇଣ୍ଡିଆ। ଏହାପରେ ଚିତେଶ୍ୱର ପୂଜାରା ଓ ହନୁମା ବିହାରୀଙ୍କ ଚତ୍ମକାର ଇଂନିସ ବଳରେ ଟିମ୍ ଇଣ୍ଡିଆ ୨ଶହ ରନ୍ ପାର କରିଥିଲା। ଶେଷରେ ଦଳ ମାତ୍ର ୨୬୩ ରନ୍ କରି ଅଲଆଉଟ୍ ହୋଇଥିଲା।

ଏହାପରେ ଅମ୍ପାୟାର ପ୍ରଥମ ଦିନର ଖେଳ ସମାପ୍ତ ଘୋଷଣା କରିଥିଲେ। ନ୍ୟୁଜିଲାଣ୍ଡ ବୋଲରମାନେ ଲଗାତାର ଭାବେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନଙ୍କୁ ବୋଲିଂରେ ହଇରାଣ କରୁଥିବା ଦେଖିବାକୁ ମିଳିଥିଲା।

ଫେବ୍ରୁଆରି ୨୦ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଅବଶିଷ୍ଟ ନ୍ୟୁଜିଲାଣ୍ଡ ଦଳ ସହ ଏକ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳୁଛି।

Comment