ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଦୋଳନରୁ ଓହରିଲେ ବଲାଙ୍ଗିର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜର ନର୍ସ। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି। ୭ ଦିନ ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ନର୍ସ।

ଗତ ଫେବ୍ରୁଆରି ୧୩ ତାରିଖରେ ଭୀମ ଭୋଇ ମେଡିକାଲ କଲେଜର ପ୍ରତିମା ପ୍ରଧାନ ନାମକ ଜଣେ ନର୍ସଙ୍କୁ ଜଣେ ରୋଗୀଙ୍କ ସଂପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଆଜି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନର୍ସମାନେ ଦାବି କରିଛନ୍ତି।

ନର୍ସଙ୍କ କାର୍ଯ୍ୟବନ୍ଦ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ହସ୍ପିଟାଲରେ ନର୍ସମାନେ ବାରମ୍ବାର ଆକ୍ରମଣର ଶିକାର ହେଉଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ଏହି ଆନ୍ଦୋଳନ ହୋଇଛି।

ପରେ ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ନର୍ସଙ୍କୁ ବୁଝାସୁଝା କରିଥିଲେ। ତଦନ୍ତ କରାଯାଇ ଘଟଣାର ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହାସହ ଆକ୍ରମଣର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନର୍ସ ପ୍ରତିମାଙ୍କୁ ମଧ୍ୟ ଭେଟିଥିଲେ ଜିଲ୍ଲାପାଳ

Comment