ଓଡ଼ିଶାଲାଇଭ୍‌ ବ୍ୟୁରୋ

ସକ୍ଷମ-୨୦୨୦ ସମ୍ମାନ ସମାରୋହ ଭୁବନେଶ୍ୱରସ୍ଥିତ ଆଇଏମ୍‌ଏମ୍‌ଟି ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କୁ ତୈଳଓଗ୍ୟାସ ସରଂକ୍ଷଣର ଆବଶ୍ୟକତା ଏବଂ ଏଥିପାଇଁ ଉଚିତ ପଦକ୍ଷେପ ବିଷୟରେ ସଚେତନ କରାଇବା। ଏହି ସମାରୋହରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଦୀପ୍ତ କୁମାର ନାୟକ କହିଥିଲେ, ‘‘ପେଟ୍ରୋଲିୟମ ଉତ୍ପାଦ କ୍ଷେତ୍ରରେ ଆମ ଦେଶ ଆତ୍ମ ନିର୍ଭରଶୀଳ ହୋଇନଥିବାରୁ, ଆମ ପାଇଁ ତୈଳ ଏବଂ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ନିତ୍ୟାନ୍ତ ଆବଶ୍ୟକ। ତେଣୁ ତୈଳ ଉଦ୍ୟୋଗ ଏବଂ ପିସିଆରଏ ମିଳିତ ଭାବେ ଏହି ଭଳି ବ୍ୟାପକ କାର୍ଯ୍ୟକ୍ରମ ଦ୍ୱାରା ତୈଳ ଏବଂ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ।’’

ଏହି ସମାରୋହରେ ବିଭିନ୍ନ ପ୍ରତିଯୋଗୀତାର ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଇଓସିଏଲ୍‌ ସିଜିଏମ୍‌ ଶୁଭଜିତ ଘୋଷ (ରାଜ୍ୟସ୍ତରୀୟ ପରିଚାଳକ), ବିପିସିଏଲ୍‌ (ଓଡ଼ିଶା ଓ ଝାଡ଼ଖଣ୍ଡ)ର ରାଜ୍ୟମୁଖ୍ୟ ଦେବାଶିଷ ପାଲିତ, ଏଚ୍‌ପିସିଏଲ୍‌ ଡିଜିଏମ୍‌ ଅଭୟଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସକ୍ଷମ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଉତ୍ସବ, ଯାହା ପ୍ରତି ବର୍ଷ ୧୬ ଜାନୁୟାରୀ ରୁ ୧୫ ଫେବୃଆରୀ ପର‌୍ୟ୍ୟନ୍ତ ପିସିଆରଏ (ପେଟ୍ରୋଲିୟମ ସରଂକ୍ଷଣ ଗବେଷଣା ସଂସ୍ଥା) ଏବଂ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଅଧିନରେ ଥିବା ତୈଳ ଉଦ୍ୟୋଗମାନଙ୍କ ଦ୍ୱାରା ମିଳିତ ଭାବେ ଅନୁଷ୍ଠିତ ହୁଏ ।

Comment