ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଆଇପିଏଲରେ ନୂଆ ଜର୍ସି ଓ ଲୋଗୋ ସହ ପଡ଼ିଆକୁ ଓହ୍ଲାଇବ ଆରସିବି ଦଳ। ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ଦଳ ତା’ର ଜର୍ସି ଷ୍ଟାଇଲ୍ ଓ ଲୋଗୋରେ ପରିବର୍ତ୍ତନ କରିଛି।

ନୂଆ ଜର୍ସି ଓ ଲୋଗୋ କରିବା ନେଇ ଟିମ୍ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଅନ୍ୟପଟେ ଟୁଇଟରରେ ଏହାକୁ ଦଳର ପୁରୁଣା ମାଲିକ ବିଜୟ ମାଲ୍ୟା ଥଟ୍ଟା କରିଛନ୍ତି। ମାଲ୍ୟା ଜର୍ସି ବଦଳେଇବା ନୁହେଁ ବରଂ ଟ୍ରଫି ଜିତିବାକୁ କହିଛନ୍ତି।

ଆରସିବି ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ନୂଆ ଲୋଗା ଓ ଜର୍ସିକୁ ନେଇ ଉତ୍ସାହିତ ଥିବା କହିଛନ୍ତି। ଏହା ଟିମକୁ ଏକ ନୂଆ ସ୍ପିରିଟ୍ ଦେବ ବୋଲି କୋହଲି କହିଛନ୍ତି।

Comment