ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ପଦ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶ ଶନିବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସଭାପତି ପଦ ପାଇଁ ସେ କେବଳ ଜଣେ ହିଁ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସଭାପତି ପଦ ପାଇବା ଏକପ୍ରକାର ସ୍ଥିର ହୋଇଯାଇଛି।

ଶନିବାର ସେ ଦଳୀୟ ନିର୍ବାଚନ ଅଧିକାରୀ ଆଇନଜୀବୀ ବ୍ରଜସୁନ୍ଦର ନାୟକଙ୍କ ନିକଟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଓ ଗଗନ ଆଚାର୍ଯ୍ୟ ପ୍ରମୁଖ ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେଇଛନ୍ତି। ତାଙ୍କ ସହିତ ଦଳୀୟ ନେତା ଚନ୍ଦ୍ରକାନ୍ତ ସାମଲ, ରତନଲାଲ ଜୈନ, ଗୋଦାବରୀ ରାଉତ ଓ ଜଗଦୀଶ ପାତ୍ର ପ୍ରମୁଖ ତାଙ୍କୁ ସମର୍ଥନ ଦେଉଛନ୍ତି।

ଆଗାମୀ ପୌର ନିର୍ବାଚନରେ ଦଳ ସୁଧୀରଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି। ସମୀରଙ୍କ ନେତୃତ୍ୱରେ ଦଳ କିଭଳି ଜିଲ୍ଲାର ନେତାମାନଙ୍କ ମଧ୍ୟରେ ତାଳମେଳ ରଖିବା ସହିତ ପୌର ନିର୍ବାଚନରେ ଜିତାପଟ ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା।

Comment