ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍‌କୁ ଫେରିବାକୁ ବହୁ ଦକ୍ଷ ଖେଳାଳି ସଂଘର୍ଷ କରୁଛନ୍ତି। ହେଲେ ସେମାନଙ୍କୁ ଆଉ ଦଳର ସ୍ଥାନ ମିଳିବା ଏକ ପ୍ରକାର କଷ୍ଟକର ହୋଇପଡ଼ିଲାଣି। ଗୋଟେ ସମୟ ଥିଲା କ୍ରିକେଟର ଏହି ଖେଳାଳିମାନେ ନିଜ ଦବଦବା ରଖିଥିଲେ। ହେଲେ ବର୍ତ୍ତମାନ ସେମାନେ କ୍ରିକେଟରୁ ଦୂରରେ ରହିଛନ୍ତି।

ସେହି ଖେଳାଳିମାନେ ହେଲେ ଆଜ୍ୟିଙ୍କ ରାହାଣେ, ସୁରେଶ ରାଇନା ଓ ଦିନେଶ କାର୍ତ୍ତିକ। ଖରାପ ଫର୍ମ ଯୋଗୁଁ ଦଳରୁ ବାଦ ପଡ଼ିଛନ୍ତି ଏହି ଖେଳାଳିମାନେ। ଅନ୍ୟପକ୍ଷରେ ନବାଗତଙ୍କୁ ସ୍ଥାନ ତାଙ୍କୁ କାଳ ହୋଇପାରେ।

ଦିନେଶ କାର୍ତ୍ତିକ

ନିଦହାସ ଟ୍ରଫି ଫାଇନାଲରେ ବାଂଲାଦେଶ ବିପକ୍ଷରେ ଦିନେଶ କାର୍ତ୍ତିକ ନିଜ ଦକ୍ଷତା ଦେଖାଇଥିଲେ। ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହେବାପରେ ଏକାକୀ ଧୁାଆଁଧାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ। ଏହା ମାଧ୍ୟମରେ ସେ ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ବିଶ୍ଵକପରେ ସ୍ଥାନ ପାଇଥିଲେ। ହେଲେ ବିଶ୍ଵକପରେ ଏତେ ଭଲ ପ୍ରଦର୍ଶନ କରି ପାରିନଥିବାକୁ ତାଙ୍କୁ ପୁଣି ଦିନିକିଆ ଦଳରୁ ବାଦ ଦିଆଯାଇଛି।

ଏହି ୩୪ ବର୍ଷିୟ ଖେଳାଳି ବର୍ତ୍ତମାନ ଆଉ ଦଳକୁ ଫେରିବା ଆଶା କମ ରହିଛି। କାରଣ ତାଙ୍କ ସ୍ଥାନରେ ଚୟନ ହୋଇଥିବା ଶ୍ରେୟାସ ଆୟର ଓ ମିନୀଷ ପାଣ୍ଡେଙ୍କୁ ବିସିସିଆଇ ଆଗାମୀ ବିଶ୍ଵକପ ପାଇଁ ପ୍ରସ୍ତୁତ କରୁଛି।

ସୁରେଶ ରାଇନା

ଗୋଟେ ସମୟରେ ଟିମ୍ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟିଂ ସୁରେଶ ରାଇନାଙ୍କ ଯୋଗୁଁ ଶକ୍ତିଶାଳୀ ହୋଇଥିଲା। ଏହାଛଡ଼ା ରାଇନା ପାର୍ଟ ଟାଇମ୍ ବୋଲର ଓ ଆକର୍ଷଣୀୟ ଫିଲ୍ଡିଗଂ ଯୋଗୁ ମଧ୍ୟ ବେଶ ପରିଚିତ। ବିଶ୍ଵକପ ୨୦୧୯ରୁ ବାଦ ପଡ଼ିବା ପରେ ଆଗାମୀ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରୁ ମଧ୍ୟ ବାଦ ପଡ଼ିଛନ୍ତି। ତେବେ ଆଗାମୀ ଦିନିକିଆରେ ତାଙ୍କୁ ସ୍ଥାନ ମିଳିବା ଏକ ପ୍ରକାର କାଠିକରପାଠ ହୋଇପାରେ।

ନିଜ ଖରାପ ଫର୍ମ ଯୋଗୁଁ ବହୁଦିନ ହେବ ଭାରତୀୟ ଦଳରୁ ଦୂରେଇ ରହିଛନ୍ତି ଏହି ଦକ୍ଷ ଖେଳାଳୀ। ତେବେ ଆଗାମୀ ଦିନ ଗୁଡ଼ିକରେ ଦିନିକିଆ ଦଳରେ ସ୍ଥାନ ପାଇବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିବ।

ଆଜିଙ୍କ୍ୟ ରାହାଣେ

ରାହାଣେ ଟିମ୍ ଇଣ୍ଡିଆର ଜଣେ ପ୍ରତିଭାବାନ ଖେଳାଳୀ। ଟେଷ୍ଟ ମ୍ୟାଚରେ ଭାରତ ଉପ ଉଧିନାୟକ ଦାୟିତ୍ଵ ତୁଲାଇଥାନ୍ତି। ଏଥର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ସେ ସ୍ଥାନ ପାଇଛନ୍ତି। ମାତ୍ର ଦିନିକିଆରେ ଖରାପ ପ୍ରଦର୍ଶନ ଯୋଗୁଁ ବହୁ ସମୟ ଧରି ଦିନିକିଆ ଦଳରୁ ବାଦ ପଡ଼ିଛନ୍ତି। ଅନେକ ସମୟରେ ଓପନିଂ ମଧ୍ୟ କରିଥାନ୍ତି ମାତ୍ର ଶିଖର ଧାଓ୍ଵନ ଓ ରୋହିତ ଶର୍ମାଙ୍କ ସଫଳ ଓପନିଂ ଯୋଡ଼ି ଯୋଗୁଁ ତାଙ୍କ ଓପନିଂ କରିବାର ପ୍ରଶ୍ନ ଉଠୁନାହିଁ।

ରାହାଣେ ତାଙ୍କ ଆକର୍ଷଣୀୟ ସଟ ଓ ଫିଲ୍ଡିଗଂ ଯୋଗୁଁ ବେଶ ପରିଚିତ। ମାତ୍ର ଦିନିକିଆରେ ବାରମ୍ଵାର ବିଫଳ ହେବାପରେ ତାଙ୍କୁ ସ୍ଥାନ ମିଳିବା ଅସମ୍ଭବ ହୋଇ ପଡ଼ିଛି।

Comment