ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଜଣ ନାବାଳକଙ୍କ ପାଇଁ ବ୍ୟାଟେରୀରେ ଖେଳିବା ହେଲା କାଳ। ବ୍ୟାଟେରୀ ଫାଟିବା ଫଳରେ ଦୁଇ ନାବାଳକ ଆହତ ହୋଇଛନ୍ତି। ଜଣେ ନାବାଳକଙ୍କ ପାପୁଲିରୁ ୩ଟି ଆଙ୍ଗୁଠି ଛିଡ଼ିଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ତରାଶୁଣୀ ଗାଁରେ।

ତରାଶୁଣୀ ଗାଁରେ ଦୁଇଜଣ ନାବାଳକ ରବିବାର ସନ୍ଧ୍ୟାରେ ଏକ ଟର୍ଚ୍ଚ ବ୍ୟାଟେରୀରେ ଖେଳୁଥିଲେ। ହେଲେ ବ୍ୟାଟେରୀଟି କୌଣସି କାରଣରୁ ଫାଟି ଯାଇଥିଲା। ଏଥିରେ ଦୁଇ ଜଣ ନାବାଳକ ଗୁରୁତର ହୋଇଥିଲେ। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନ କ୍ଷତ ବିକ୍ଷତ ହୋଇଥିଲା। ଜଣେ ନାବାଳକର ୩ଟି ଆଙ୍ଗୁଠି ମଧ୍ୟ ଛିଡ଼ିଯାଇଛି।

ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଉଭୟଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଚିକିତ୍ସା ଚାଲିଛି।

Comment