ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୧୯ରେ ମାର୍ଟିକ ପରୀକ୍ଷା। ଏଥର ମାଟ୍ରିକ ପରୀକ୍ଷା ବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଏହାଛଡ଼ା ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରଗୁଡ଼ିକରେ ଶିକ୍ଷକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଏନେଇ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

କଟକ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି, ‘‘ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ ବ୍ୟାପକ ପଦକ୍ଷେପ ନେଇଛି। ଫ୍ଲାଇଂ ସ୍କ୍ଵାଡ, ବୋର୍ଡ ଓ ଜିଲ୍ଲା ପ୍ରଶାସନ ଭଳି ତ୍ରିସ୍ତରୀୟ ସୁରକ୍ଷା କରାଯାଇଛି।’’

ଚଳିତବର୍ଷ ୫ ଲକ୍ଷ ୬୦ ହଜାର ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ହଜାରଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏଥର ସ୍ଵତନ୍ତ୍ର ଭାବେ ପରୀକ୍ଷା ପର୍ଯ୍ୟବେକ୍ଷକ ରହି ତଦାରଖ କରିବେ ବୋଲି ବୋର୍ଡ ସମ୍ପାଦକ କହିଛନ୍ତି।

ଚଳିତବର୍ଷ ୩୦୭ଟି ‌ନୋଡାଲ ସେଣ୍ଟର ଓ ୬୧ଟି ମୂଲ୍ୟାୟନ କେନ୍ଦ୍ର ହୋ‌ଇଛି। ପ୍ରଶ୍ନପତ୍ର ପରିବହନ ପାଇଁ ୬୩୧ ଡେସ୍‌ପାଚ୍‌ ଟିମ୍‌ ଗଠନ ହୋଇଛି। ପରୀକ୍ଷାର ସୁପରିଚାଳନା ଓ କପି ରୋକିବା ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇ ସ୍କ୍ୱାଡ୍‌ ଓ ପରିଷଦସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛି। ‌

ଫେବ୍ରୁଆରି ୧୯ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହେବ।

Comment