ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ପରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଗଣ୍ଡଗୋଳ ହୋଇଛି। ଆହତ କର୍ମକର୍ତ୍ତା ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି।

କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ବୈଠକ ପାଇଁ ନିରଞ୍ଜନ ପଟ୍ଟନାୟକ ଓ ଜିତେନ୍ଦ୍ର ସିଂହ ଭଦ୍ରକ ଗସ୍ତରେ ଆସିଥିଲେ। ଉଭୟଙ୍କ ଗସ୍ତ ପୂର୍ବରୁ ଉତ୍ତେଜନା ଦେଖାଯାଇଥିଲା। ଛାତ୍ର କଂଗ୍ରେସର ଜଣ କର୍ମକର୍ତ୍ତାଙ୍କୁ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ।

ଫେବ୍ରୁଆରି ୧୭ ତାରିଖରେ ମଧ୍ୟ ପୁରୀ କଂଗ୍ରେସ ଭବନ କର୍ମୀଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା। ରାଜ୍ୟ ପ୍ରଭାରୀ ଜିକେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମ୍ପାଦକ ରୁଦ୍ର ରାଜୁ ଓ ପ୍ରଦୀପ ମାଝିଙ୍କ ଉପସ୍ଥିତିରେ ଏହି ଗଣ୍ଡଗୋଳ ହୋଇଥିଲା। ଏଥିରେ ୩ ଜଣ କର୍ମୀ ଆହତ ହୋଇଥିଲେ।

ଦିନକୁ ଦିନ କଂଗ୍ରେସ ଦଳରେ କନ୍ଦଳ ବଢ଼ିବାକୁ ଲାଗିଛି। ଦଳ ମଧ୍ୟରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ହୋଇ ରହିଛନ୍ତି। ବର୍ତ୍ତମାନ ଦଳର ମୁଖିଆଙ୍କ ଆଗରେ ଏଭଳି ଗଣ୍ଡଗୋଳ ଦଳର ଚିନ୍ତା ବଢ଼ାଇ ଦେଇଛି।

LEAVE A REPLY

Please enter your comment!
Please enter your name here