ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପରୀକ୍ଷା ପ୍ରଥମ ଦିନରୁ ହିଁ  ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। ଧର୍ମଗଡ଼ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି।

ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ‘‘ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ଆସିନାହିଁ। ଭାଇରାଲ ହୋଇଥିଲେ ତଦନ୍ତ କରାଯିବ। ଏଥିରେ ଯିଏ ସଂପୃକ୍ତ ଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।’’

ଏଥର ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ପରୀକ୍ଷା କେନ୍ଦ୍ରରେ ଏକ୍ସାମିନେସନ ଅବଜରଭର। ଏକ୍ସାମିନେସନ ଅବଜରଭଙ୍କ ଉପସ୍ଥିତିରେ ପରୀକ୍ଷା ହଲ୍‌ରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲିବାକୁ ବ୍ୟବସ୍ଥା କରାଯାଇଛି। ଏମିତିକି ପ୍ରଶ୍ନପତ୍ର ଖୋଲିବା ବେଳେ ୨ ଜଣ ପରୀକ୍ଷାର୍ଥୀଙ୍କ ଦସ୍ତଖତ ରଖିବାକୁ ବ୍ୟବସ୍ଥା ହୋଇଛି। ମୋବାଇଲ ଫୋନ୍‌ ବାରଣ ମଧ୍ୟ କରାଯାଇଛି। ଏତେସବୁ ବ୍ୟବସ୍ଥା ପରେ ପ୍ରଶ୍ନପତ୍ର ଭାଇରାଲ କେମିତି ହେଲା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/H26bwpVeIs6K8KNMsLiz80

Comment