ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଭୋର ୪ଟାରୁ ଖେଳାଯିବ। ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଦୁଇ ଦଳ ଜିତାପଟ ହାସଲ କରିବାକୁ ପରସ୍ପରକୁ ଟକ୍କର ଦେବେ।

ଏହାପୂର୍ବରୁ ଟିମ୍ ଇଣ୍ଡିଆ ଟି-୨୦ ସିରିଜରେ କିୱି ଦଳ ଉପରେ ଭାରି ପଡ଼ିଥିଲା। ହେଲେ ଦିନିକିଆ ସିରିଜରେ କିୱି ଦଳ ଭାରତୀୟ ଟିମଠାରୁ ମଧୁର ପ୍ରତିଶୋଧ ନେବା ସହିତ ସିରିଜ୍ କ୍ଲିନ୍ ସୁଇପ୍ କରିଥିଲା। ଏବେ ଦୁଇ ଦଳ ଟେଷ୍ଟ ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପଟେ ଭାରତ ପାଇଁ ଓପନିଂ ସମସ୍ୟା କାଳ ସାଜିଛି। ମୟଙ୍କ ଅଗ୍ରୱାଲ ଓ ପୃଥ୍ୱୀ ସ ଦୁହେଁ କୌଣସି ମ୍ୟାଚରେ ଭଲ ପାର୍ଟନରସିପ୍ କରିପାରିନାହାନ୍ତି। ସେହିପରି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଆଗରେ ଭାରତୀୟ ବୋଲରମାନେ ପ୍ରଭାବଶୂନ୍ୟ ହେଲାଭଳି ମନେ ହେଉଛନ୍ତି।

ସମ୍ଭାବ୍ୟ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ସ, ଚିତେଶ୍ୱର ପୁଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜଶପ୍ରୀତ ବୁମରା, ଆର. ଅଶ୍ୱିନୀ ଓ ରବିନ୍ଦ୍ର ଜାଡେଜା।

Comment