ଓଡ଼ିଶାଲାଇଭ୍ ବ୍ୟୁରୋ

“ଏଥରକ ରାଜ୍ୟ ବଜେଟ୍ ହେଉଛି ଏକ ହତାଶ ବଜେଟ୍। ଲୋକମାନଙ୍କ କୌଣସି ପ୍ରତିଶ୍ରୁତିକୁ ସରକାର ରକ୍ଷା କରିନାହାନ୍ତି। ପୂର୍ବବର୍ଷ ତୁଳନାରେ ଏଥରର ବଜେଟ୍ ମାତ୍ର ୯ ହଜାର କୋଟି ଅଧିକ”, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଏଭଳି ଟାର୍ଗେଟ୍ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଚାଷୀପୁଅମାନଙ୍କ ଅସୁବିଧା ମଧ୍ୟ ବୁଝୁନି। ମଣ୍ଡିରେ ଧାନ ଠିକ୍ ସମୟରେ କିଣାହେଉନି। ଟୋକନ୍ ବ୍ୟବସ୍ଥା ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ ହେଉନି ଫଳରେ ଚାଷୀ ପୁଅମାନେ ହତାଶ ହେଉଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଏଥସହିତ ବାଙ୍କୀ ଡବଲ ମର୍ଡର ଘଟଣାରେ ମଧ୍ୟ ଶାସକ ବିଜେଡିକୁ ଦାୟୀ କରିଛନ୍ତି ପିସିସି ସଭାପତି। ବାଙ୍କୀର ଜଣେ ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯିବା ପଛରେ ବିଜେଡିର ଲୋକ ସାମିଲ ଅଛନ୍ତି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

Comment