ଓଡ଼ିଶାଲାଇଭ୍‌ ବ୍ୟୁରୋ

ମରିଗଲା ମାନବିକତା। ଦୁର୍ଘଟଣାରେ ରାସ୍ତା ଉପରେ ଛଟପଟ ହେଉଥିଲେ ମଧ୍ୟ ଡାକ୍ତରଖାନା ନେଲେନି ଲୋକେ। ହେଲେ ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକର ଭିଡିଓ ରେକର୍ଡିଂ କରିବାକୁ ଭୁଲେନି। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ସର୍ଭିସ ରୋଡରେ। ଦୁର୍ଘଟଣାର ଅଧଘଣ୍ଟା ପରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବୁଧବାର ଭଦ୍ରକ ଗେଲପୁର ଅଞ୍ଚଳର ଦୁଇଜଣ ଯୁବକ ଦେବେନ୍ଦ୍ର ଓ ବିଜୟ ବାଇକରେ ୧୬ ନମ୍ଵର ଜାତୀୟ ରାଜପଥରେ ଯାଉଥିଲେ। ଏହି ସମୟରେ ଏକ ବାଉଁଶ ବୋଝେଇ ଟ୍ରକ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଉଭୟ ରାସ୍ତାକୁ ଛିଟିକି ପଡ଼ିଥିଲେ। ହେଲେ ଦେବେନ୍ଦ୍ରଙ୍କ ଅଣ୍ଟା ଉପରେ ଟ୍ରକ ଚଢ଼ିଯାଇଥିଲା।

ଦୁର୍ଘଟଣା ପରେ ଉଭୟ ରାସ୍ତା ଉପରେ ପଡ଼ି ଛଟପଟ ହୋଇଥିଲେ। ଲୋକେ ଦୁର୍ଘଟଣା ଦେଖି ଅଟକି ଥିଲେ ହେଲେ ଉଭୟଙ୍କୁ ଡାକ୍ତରଖାନା ନେବା ବଦଳରେ ସେମାନଙ୍କ ଭିଡିଓ ରେକର୍ଡିଂ କରିଥିଲେ। ଅଧଘଣ୍ଟା ପରେ ପୋଲିସ ପହଞ୍ଚି ଦେବେନ୍ଦ୍ରଙ୍କୁ ଡାକ୍ତରଖାନା ନେବା ବେଳେକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

Comment