ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା ଟି-୨୦ ବିଶ୍ଵକପର ଉଦ୍‌ଘାଟନୀ ମ୍ୟାଚ ଜିତିଲା ଭାରତ। ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୧୭ରନ୍‌ରେ ପରାସ୍ତ କରିଛି। ପୁନମ୍‌ ଯାଦବ ଓ ଶିଖା ପାଣ୍ଡେଙ୍କ ଘାତକ ବୋଲିଂରେ ଭାରତ ଏହି ମ୍ୟାଚକୁ କବଜା କରିପାରିଛି।

ଅଷ୍ଟ୍ରେଲିଆ ମହିଳା ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା। ହେଲେ ମାତ୍ର ୪୧ ରନ୍‌ରେ ଦଳ ପ୍ରଥମ ଓ୍ଵିକେଟ ହରାଇ ଥିଲା। ଦଳ ପକ୍ଷରୁ ଶେଫାଳି ବର୍ମା୨୯ ରନ୍‌, ଜେମିମା ରୋଡଗ୍ୟୁସ ୨୬ ଓ ଦିପ୍ତୀ ଶର୍ମା ୪୯ ରନ୍‌ କରିଥିଲେ। ଫଳରେ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୩୨ ରନ୍‌ କରିଥିଲା ଟିମ୍‌ ଇଣ୍ଡିଆ।

ପରେ ୧୩୩ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ଆରମ୍ଭରୁ ଭଲ ଆରମ୍ଭ କରିଥିଲା। ହେଲେ ଦଳ ପକ୍ଷରୁ କେବଳ ଆଲିସା ହିଲେ ୫୧ ରନ୍‌ ଓ ଆସଲେଗ୍‌ ଗାର୍ଡେନର ୩୪ ରନ୍‌ କରିଥିଲେ। ଦଳ ପକ୍ଷରୁ ଅନ୍ୟ କୌଣସି ବି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ।

ଫଳରେ ଅଷ୍ଟ୍ରେଲିଆ ୧୧୫ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଶେଷରେ ଭାରତ ଏହି ମ୍ୟାଚକୁ ୧୭ ରନ୍‌ରେ ଜିତି ନେଇଛି। ଭାରତ ପକ୍ଷରୁ ପୁନମ ଯାଦବ ୪ଟି ଓ୍ଵିକେଟ ନେଇଥିବା ବେଳେ ଶିଖା ପାଣ୍ଡେ ୩ଟି ଓ୍ଵିକେଟ ନେଇଥିଲେ।

Comment