ଓଡ଼ିଶାଲାଇଭ୍‌ ବ୍ୟୁରୋ  

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ରାଜ୍ୟର ପ୍ରମୁଖ ଶୈବ ପୀଠଗୁଡ଼ିକରେ ଆଜି ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭିଡ଼ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବର୍ତ୍ତମାନ ଆଉ କେଇ ଘଣ୍ଟା ପରେ ରାଜ୍ୟର ପ୍ରମୁଖ ଶୈବ ପୀଠରେ ମହାଦୀପ ଉଠିବ, ଯାହାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ଭକ୍ତ।

ଆସନ୍ତୁ ଜାଣିବା କେଉଁଠି କେତେବେଳେ ଉଠିବ ମହାଦୀପ

ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ।

ଢେଙ୍କାନାଳ କପିଳାସ ପୀଠରେ ଭୋର ୪ଟା ୨୦

ରାତି ୩ଟାରେ ଲୋକନାଥ ପୀଠରେ ଉଠିବ ମହାଦୀପ।

ଆରଡି ପୀଠରେ ଭୋର ୫ଟାରେ ଉଠିବ ମହାଦୀପ।

ଧବଳେଶ୍ଵରରେ ରାତି ୧ଟାରେ ଉଠିବ ମହାଦୀପ

ସମ୍ଵଲପୁର ହୁମା ଶୈବ ପୀଠରେ ଭୋର ୫ଟାରେ ମହାଦୀପ ଉଠିବ।

କୋରାପୁଟ ଗୁପ୍ତେଶ୍ଵରରେ ରାତି ୧୧ଟା ୩୦ରୁ ୧୨ ମଧ୍ୟରେ ଉଠିବ।

ରାତି ୧୨ଟାରେ ନୟାଗଡ଼ ଲଡୁବାବାରେ ମହାଦୀପ ଉଠିବ।

ରାଉରକେଲା ବେଦବ୍ୟାସ ପୀଠରେ ରାତି ୨ଟା ୩୦ରେ ଉଠିବ ମହାଦୀପ।

Comment