ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ କୋଲ୍‌ ରେଲ୍‌ଓ୍ଵେ ଲିମିଟେଡ୍‌ (MCRL) ରେ ଚିଫ୍‌ ଏକ୍ସିକ୍ୟୁଟିଭ୍‌ ଅଫିସର୍‌ (CEO) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୬ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା:

  • ସିନିୟର୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଗ୍ରେଡ୍‌ (ପେ ସ୍କେଲ୍‌- ୩୭,୪୦୦ରୁ ୬୭,୦୦୦ ଟଙ୍କା) ରେ ଅତିକମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଭାରତୀୟ ରେଳ ସେବାରେ ଉଭୟ କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଆବେଦନ କରିପାରିବେ।
  • ରେଲ୍‌ଓ୍ଵେ ନେଟ୍‌ଓ୍ଵାର୍କ ମ୍ୟାନେଜ୍‌ମେଣ୍ଟ ସମ୍ବନ୍ଧୀୟ ଟ୍ରାନ୍ସପୋର୍ଟ, ପ୍ଲାନିଂ, କନ୍‌ଷ୍ଟ୍ରକ୍‌ସନ୍‌, ଅପରେସନ୍‌ ଏବଂ ଆଡ୍‌ମିନିଷ୍ଟ୍ରେସନ୍‌ ଆଦିରେ ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା:

  • କାର୍ଯ୍ୟରତକର୍ମଚାରୀଙ୍କ ପାଇଁ- ୪୫ରୁ ୫୭ ବର୍ଷ
  • ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ- ୪୫ରୁ ୬୨ ବର୍ଷ

ଆବେଦନ ପ୍ରକ୍ରିୟା:

ଆବେଦନକାରୀ ନିଜର ଆବେଦଲ ପତ୍ର ପୂରଣ କରି ସମସ୍ତ ଦରକାରୀ ଡକ୍ୟୁମେଣ୍ଟସ୍‌ ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା: ନିର୍ଦେଶକ ଓ ଅଧ୍ୟକ୍ଷ, ଏମ୍‌ସିଆର୍‌ଏଲ୍‌, ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ୍‌, ଜାଗୃତି ବିହାର, ବୁର୍ଲା, ସମ୍ବଲପୁର, ଓଡ଼ିଶା, ପିନ୍‌- ୭୬୮୦୨୦

ଏହି ନିଯୁକ୍ତି ସମ୍ବନ୍ଧୀୟ ଯେକୌଣସି ତଥ୍ୟ ପାଇଁ coalindia.in ଓ୍ଵେବ୍‌ସାଇଟ୍‌କୁ ଯାଇ ସମସ୍ତ ତଥ୍ୟ ପାଇପାରିବେ।

LEAVE A REPLY

Please enter your comment!
Please enter your name here