ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୧୦ଟି ବୁଥରେ ହେବ ସାନି ମତଦାନ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ବ୍ରହ୍ମଗିରି ବିଧାନସଭା ଆସନର ୬୨, ୨୨୨ ନମ୍ବର ବୁଥ୍, ବଡ଼ମ୍ବାର ୧୯୬ ବୁଥ୍, ସିଆରିଆ ୧୮୩ ବୁଥ୍,  ସତ୍ୟବାଦୀର ବୁଥ ନମ୍ବର ୭୮, ତାଳଚେରର ବୁଥ୍ ନମ୍ବର ୮୫, ଆଠଗଡ଼ର ବୁଥ୍ ୯୦, ୧୦୦, ୧୩୭ ଓ ୧୩୮ ବୁଥରେ ସାନି ମତଦାନ ହେବ।

ନିର୍ବାଚନ କମିଶନ ସିଇଓ କହିଛନ୍ତି, ‘‘ସାନି ମତଦାନ ପାଇଁ ଆମେ ସୁପାରିସ କରିଛୁ। ଷ୍ଟ୍ରଙ୍ଗରୁମରେ କଣ୍ଟ୍ରୋଲ ଓ ବ୍ୟାଲେଟ୍ ୟୁନିଟ୍ ଅଦଳ ବଦଳ ହୋଇଥିଲା। କିଛି ସ୍ଥାନରେ କଣ୍ଟ୍ରୋଲ, ବ୍ୟାଲେଟ୍ ଓ ଭିଭିପାଟ୍ ୟୁନିଟ୍ ଖରାପ ଥିଲା। ଏହା ଠିକ୍ ହୋଇ ନ ଥିବାରୁ ସାନି ମତଦାନ ହେବ।’’

୧୦ଟି ବୁଥରେ ସାନି ମତଦାନ ପାଇଁ ଏପ୍ରିଲ ୨୪ରେ ନିର୍ବାଚନ ଆୟୋଗଙ୍କ ପାଖକୁ ପ୍ରସ୍ତାବ ଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଇଭିଏମକୁ କେହି ଟ୍ରାକ୍ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

Comment