ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ବାତ୍ୟା ଫନି ପ୍ରଭାବ ଇଭିଏମ ଉପରେ ପଡ଼ିନାହିଁ। ସମସ୍ତ ଇଭିଏମ ଓ ଭିଭିପାଟ ସୁରକ୍ଷିତ ଅଛି। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

“ଫନି ଦ୍ୱାରା ପୁରୀଜିଲ୍ଲା ଅଧିକ କ୍ଷୟକ୍ଷତି ହୋଇଥିଲେ ସୁଦ୍ଧା ସୁରକ୍ଷିତ ଅଛି। ପୁରୀରେ ଯେଉଁଠି ଷ୍ଟ୍ରଙ୍ଗରୁମ ଥିଲା ସେଠାକାର ପାଚେରୀ ଭାଙ୍ଗିଯାଇଥିଲା। ସେଠାରେ ମରାମତି କାମଚାଲିଛି।ଷ୍ଟ୍ରଙ୍ଗରୁମର ଅନୁଧ୍ୟାନ କରାଯାଉଛି  ସିସିଟିଭି ନଜରରେ ରହିଛି” ଏହା କହିଛନ୍ତି ରାଜ୍ୟନିର୍ବାଚନ ଅଧିକାରୀ।

ସେହିପରି ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି, “ ୩୪ଟି ବୁଥରେ ରି ପୋଲିଂ ହେବ। ଆସନ୍ତା ୧୯ତାରିଖରେ ସମସ୍ତ ୩୪ ଟି ବୁଥରେ ସାନି ମତଦାନ ହେବ। ତୃତୀୟ ପର୍ଯ୍ଯାୟରେ ୧୨ ଟି ଓ ଚତୁର୍ଥ ପର୍ଯ୍ୟାୟରେ ୨୨ ଟି ବୁଥରେ ସାନି ମତଦାନ ହେବ। ୨୩ ତାରିଖରେ ଭୋଟଗଣତି ଲାଗି ବ୍ୟାପକ ବ୍ୟବସ୍ଥା କରାଯାଉଛି। ୧୩  ଓ ୧୪ ତାରିଖରେ ରିଟର୍ଣ୍ଣିଂ ଅଫିସରଙ୍କୁ ଜିଲ୍ଲାସ୍ତରରେ ତାଲିମ ଦିଆଯିବ।”

Comment