ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟରେ ବର୍ଷା ସାଜିଛି ବାଧକ। ଫଳରେ ପ୍ରଥମ ଦିନର ତୃତୀୟ ସେସନ ବର୍ଷା କାରଣରୁ ଧୋଇଯାଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୧୨୨ ରନ କରିପାରିଛି।

ଶୁକ୍ରବାର ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିମସନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ କିନ୍ତୁ ପ୍ରତିଥର ଭଳି ଭାରତର ପ୍ରାରମ୍ଭିକ ବ୍ୟାଟିଂ ଯୋଡ଼ି ବିଫଳ ହୋଇଥିଲା। ପୃଥ୍ୱୀ ସ ଓ ମୟଙ୍କ ଅଗ୍ରୱାଲଙ୍କ ଯୋଡ଼ି ୧୬ ରନରେ ଭାଙ୍ଗିଯାଇଥିଲା।

ଏହାପରେ ଚିତେଶ୍ୱର ପୁଜାରା, ବିରାଟ କୋହିଲ ଓ ହନୁମା ବିହାରୀ ମଧ୍ୟ ଶସ୍ତାରେ ନିଜର ୱିକେଟ୍ ଫିଙ୍ଗିଥିଲେ। ନ୍ୟୁଜିଲାଣ୍ଡ ବୋଲର କାଏଲ୍ ଜାମିଏସନ୍ ୩ଟି ୱିକେଟ୍ ନେଇ ଟିମ୍ ଇଣ୍ଡିଆକୁ ଧରାଶାୟୀ କରିଦେଇଥିଲେ। ଅନ୍ୟପଟେ ବର୍ଷା ମଧ୍ୟ ଅନେକାଂଶରେ ମ୍ୟାଚକୁ କ୍ଷତିଗ୍ରସ୍ତ କରିଛି। ପ୍ରଥମ ଦିନର ତୃତୀୟ ସେସନ ପୂରାପୁରି ଭାବେ ବର୍ଷାରେ ଧୋଇଯାଇଛି।

Comment