ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ପୁଣି ଦୁଇ ଜଣଙ୍କୁ ନୋଟିସ। ଛତିଶଗଡ଼ର ରାୟଗଡ଼ ପୋଲିସ ଏହି ନୋଟିସ କରିଛି। ବ୍ରଜରାଜନଗରରେ ରହୁଥିବା ମୃତ କଳ୍ପନା ଦାସଙ୍କ ଭାଇ ବରୁଣ ଦାସ ଓ ବଘରାଚକାରେ ରହୁଥିବା ଜଣେ ଭାଉଜଙ୍କୁ ଏହି ନୋଟିସ କରାଯାଇଛି।

ହତ୍ୟାକାଣ୍ଡରେ ଅଧିକ ତଥ୍ୟ ପାଇଁ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିଲା ରାୟଗଡ଼ ପୋଲିସ। ଆଜି ଅନୁପଙ୍କ ଏହି ୩ ଦିନିଆ ରିମାଣ୍ଡ ଅବଧି ଶେଷ ହେବ। ବର୍ତ୍ତମାନ ଏହି ରିମାଣ୍ଡ ଅବଧି ମଧ୍ୟରେ ପୋଲିସକୁ କିଛି ବଡ଼ ଧରଣର ସୁରାକ ମିଳିଥିବା ଅନୁମାନ କରାଯାଉଛି।

ଏହି ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଓ ଏକ ଇନୋଭା ଗାଡ଼ି ବ୍ୟବହାର କରାଯାଇଥିବା ପୋଲିସ ସନ୍ଦେହ କରୁଛି ପୋଲିସ। ଏହାର ଛାନ୍‌ଭିନ ପାଇଁ ମଧ୍ୟ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ କରିପାରେ ପୋଲିସ। ଏହା ମାଧ୍ୟମରେ ପୋଲିସ ହତ୍ୟାକାଣ୍ଡ ବିଷୟରେ ପୂରା ତଥ୍ୟ ପାଇପାରିବ। ଏନେଇ ଜୋରଦାର ତଦନ୍ତ କରୁଛି ଛତିଶଗଡ଼ ପୋଲିସ।

୨୦୧୬ ମସିହାର କଳ୍ପନା ଦାସ ଏବଂ ତାଙ୍କ ଝିଅ ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି। ମୃତ କଳ୍ପନାଙ୍କ କଲ୍‌ ରେକର୍ଡ ଯାଞ୍ଚରୁ ଯାହା ପ୍ରମାଣ ମିଳିଛି ତାକୁ ଆଧାର କରି ପୋଲିସ ଅନୁପଙ୍କୁ ଗିରଫ କରିଥିଲା। ହେଲେ କୋର୍ଟରେ ଏହି ପ୍ରମାଣ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହେବ ନାହିଁ ବୋଲି ଆଇନଜୀବୀମାନେ ମତ ଦେଉଛନ୍ତି। ଏଣୁ ଅନୁପଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଲାଗି ଛତିଶଗଡ଼ ପୋଲିସ ଉଦ୍ୟମ ଚଳାଇଛି।

LEAVE A REPLY

Please enter your comment!
Please enter your name here