ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଇଂନିସ ଭଳି ଦ୍ୱିତୀୟ ଇଂନିସରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୟନୀୟ ବ୍ୟାଟିଂ ଜାରି ରଖିଛି ଟିମ୍ ଇଣ୍ଡିଆ। ଫଳରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ନିଜର ୪ ୱିକେଟ୍ ହରାଇ ମାତ୍ର ୧୪୪ ରନ୍ ସଂଗ୍ରହ କରିଛି।

ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆ ମାତ୍ର ୧୬୫ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଦଳ ୩୪୮ରନ୍ ସଂଗ୍ରହ କରିଥିଲା। ଏହାପରେ ଦ୍ୱିତୀୟ ଇଂନିସରେ ମଧ୍ୟ ଟିମ୍ ଇଣ୍ଡିଆ ଦୟନୀୟ ବ୍ୟାଟିଂ କରିଛି। ଦଳର ପ୍ରମୁଖ ୪ ଜଣ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଥିବାବେଳେ ଦଳ ଏବେ ବି ୩୯ ରନ୍ ପଛରେ ରହିଛି।

ଅନ୍ୟପଟେ ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଲଗାତାର ବିଫଳତା ଦଳକୁ ଚିନ୍ତାରେ ପକାଇଛି। ପ୍ରଥମ ଟେଷ୍ଟରେ କୌଣସି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସଫଳ ହୋଇପାରିନାହାନ୍ତି।

Comment