ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜୟଲଲିତାଙ୍କ ବାୟୋପିକ ‘ଥଲାଇଭି’ର ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି। ଆଜି ଜୟଲଳିତାଙ୍କ ୭୨ତମ ଜନ୍ମ ଜୟନ୍ତୀ ହୋଇଥିବାରୁ ଏହି ଅବସରରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ ହୋଇଛି।

ଏହି ପୋଷ୍ଟରରେ କଙ୍ଗନା ରଣାଓ୍ୱତ ଅବିକଳ ଜୟଲଳିତାଙ୍କ ଭଳି ଦିଶୁଛନ୍ତି। ଜୟଲଳିତାଙ୍କ ରାଜନୀତିକୁ ଆସିବା ପରେ ଯେଉଁଭଳି ଶାଢ଼ି ପିନ୍ଧୁଥିଲେ କଙ୍ଗନା ସେହିଭଳି ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି।

ଫିଲ୍ମ ‘ଥଲାଇଭି’ ପାଇଁ କଙ୍ଗନା ନିଜର ଓଜନ ବଢ଼ାଇବା ସହିତ ଖୁବ୍‌ ପରିଶ୍ରମ କରୁଛନ୍ତି। ଫିଲ୍ମଟି ଟି-ସିରିଜ ବ୍ୟାନରରେ ନିର୍ମାଣ କରାଯାଇଥିବା ବେଳେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମ ରିଲିଜ ହେବ। ତାମିଲ ନିର୍ଦ୍ଦେଶକ ଏଲ୍‌ ବିଜୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମ ଜୁନ୍‌ ୨୬ରେ ରିଲିଜ ହୋଇପାରେ।

Comment