ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ରିଲିଜ୍‌ ହେଲା ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ର ଟିଜର। ମୁଖ୍ୟ ଭୂମିକାରେ କଙ୍ଗନା ରଣାୱତ୍।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ବାୟୋପିକ୍‌ର ଟିଜର ରିଲିଜ ହୋଇଯାଇଛି। ଏହି ଫିଲ୍ମର ନାଁ ରହିଛି ‘ଥଲାଇଭି’। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍। ଫିଲ୍ମଟି ଟି-ସିରିଜ ବ୍ୟାନରରେ ନିର୍ମାଣ କରାଯାଇଥିବା ବେଳେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମ ‘ଥଲାଇଭି’ ରିଲିଜ ହେବ।

ଶନିବାର ଫିଲ୍ମ ‘ଥଲାଇଭି’ର ଟିଜର ୟୁଟ୍ୟୁବ୍‌ରେ ରିଲିଜ ହୋଇଯାଇଛି। ଟାହାକୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଟିଜରରେ କଙ୍ଗନାଙ୍କ ଲୁକ୍‌କୁ ଦେଖି ଲୋକେ ଟ୍ରୋଲ କରିବାରେ ଲାଗିଛନ୍ତି। ଫିଲ୍ମରେ କଙ୍ଗନାଙ୍କୁ ପ୍ରୋସ୍ଥେଟିକ୍‌ ମେକ୍‌ଅପ୍‌ ଜରିଆରେ ଜୟଲଳିତାଙ୍କ ଲୁକ୍‌ ଦେବାକୁ ପ୍ରୟାସ କରାଯାଇଛି।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାମିଲ ଡାଇରେକ୍ଟେର ଏଏଲ୍‌ ବିଜୟ। ଫିଲ୍ମ ‘ଥଲାଇଭି’ ଆସନ୍ତା ବର୍ଷ ଜୁନ୍‌ ୨୬ରେ ରିଲିଜ ହେବ।

Comment