ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ସରିବାକୁ ଆଉ ଅଳ୍ପ କେଇଟା ଦିନ ବାକି ରହିଛି। ନୂଆବର୍ଷ ଆସିବା ପୂର୍ବରୁ ଆସନ୍ତୁ ଥରେ ନଜର ପକାଇବା ୨୦୧୯ରେ ରିଲିଜ ହୋଇଥିବା କିଛି ବାୟୋପିକ୍‌ ଉପରେ।

ବଲିଉଡରେ ବାୟୋପିକର ୠତୁ ଚାଲିଛି। ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ହିଟ୍‌ ହୋଇଛି। ବଲିଉଡରେ ବର୍ଷ ୨୦୧୯ରେ ସବୁଠୁ ଅଧିକ ବାୟୋପିକ ରିଲିଜ ହୋଇଛି, ଯାହାକୁ ଦର୍ଶକ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି। ୨୦୧୯ ବର୍ଷ ଶେଷ ହେବା ପୂର୍ବରୁ ଆସନ୍ତୁ ଜାଣିବା ସେମିତି କିଛି ବାୟୋପିକ ଫିଲ୍ମ ବିଷୟରେ।

ମଣିକର୍ଣ୍ଣିକା

୨୦୧୯, ଜାନୁଆରି ୨୫ରେ ରିଲିଜ ହୋଇଥିଲା ମଣିକର୍ଣ୍ଣିକା। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ।

ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ବାୟୋପିକ୍‌ ଥିଲା ମଣିକର୍ଣ୍ଣିକା- ଦ କୁଇନ୍‌ ଅଫ୍‌ ଝାନ୍‌ସୀ’। ଜି ଷ୍ଟୁଡିଓସ୍ ସହିତ କମଲ ଜୈନ୍‌ ଓ ନିଶାନ୍ତ ପିଟ୍ଟି ମିଶି ଏହାର ନିର୍ମାଣ କରିଥିଲେ। ୨୦୧୮ରେ ‘ମଣିକର୍ଣ୍ଣିକା’ର ସୁଟିଂ ଆରମ୍ଭ ହେବାମାତ୍ରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବହୁ ବାଦ ବିବାଦ ମଧ୍ୟରେ ଫିଲ୍ମ ରିଲିଜ ହୋଇଥିଲା। ଦର୍ଶକ ଏଥିରେ କଙ୍ଗନାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଥିଲେ।

ସୁପର ୩୦

ବିହାରର ଜଣେ ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସୁପର ୩୦’ ୨୦୧୯, ଜୁଲାଇ ୧୨ରେ ରିଲିଝ ହୋଇଥିଲା। ଅଭିନେତା ହ୍ରିତିକ ଏଥିରେ ଆନନ୍ଦ କୁମାରଙ୍କ ଚରିତ୍ରରେ ଅଭିନୟ କରିଥିଲେ।

ଫିଲ୍ମରେ ହ୍ରିତିକଙ୍କୁ ସଂପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା। ଫିଲ୍ମକୁ ବିକାଶ ବହଲ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ ହୋଇଥିଲା।

ପିଏମ ନରେନ୍ଦ୍ର ମୋଦୀ

୨୦୧୯, ମେ ୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ ପିଏମ୍‌ ନରେନ୍ଦ୍ର ମୋଦୀ ରିଲିଜ ହୋଇଥିଲା।  ଏହି ଫିଲ୍ମରେ ମୋଦୀଙ୍କ ଚରିତ୍ରରେ ଅଭିନୟ କରିଥଲେ ଅଭିନେତା ବିବେକ ଓବରୟ। ‘ମେରି କମ୍‌’ ଫିଲ୍ମର ନିର୍ଦ୍ଦେଶକ ଉମଙ୍ଗ କୁମାର ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଥିଲେ।

ଆକ୍ସଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର

‘ଆକ୍ସଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ୨୦୧୯, ଜାନୁଆରି ୧୧ରେ ରିଲିଜ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ ଥିଲା। ଦର୍ଶକ ଅଭିନେତା ଅନୁପମ ଖେର୍‌ଙ୍କୁ ଏହି ଫିଲ୍ମରେ ମନମୋହନ ସିଂହଙ୍କ ଭୁମିକାରେ ଦେଖିଥିଲେ। ବିଜୟ ରତ୍ନାକର ଗୁଟ୍ଟେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

ସଣ୍ଢ କି ଆଖଁ

ତାପସୀ ପନ୍ନୁ ଓ ଭୂମି ପଡେନକରଙ୍କ ଅଭିନୀତ ଫିଲ୍ମ ‘ସାଣ୍ଡ କି ଆଖଁ’ ୨୦୧୯, ଅକ୍ଟୋବର ୨୫ରେ ରିଲିଜ ହୋଇଥିଲା।  ଏହା ମଧ୍ୟ ଏକ ବାୟୋପିକ ଥିଲା। ଏହି ଫିଲ୍ମର କାହାଣୀ ଉତ୍ତର ପ୍ରଦେଶର ଦୁଇ ଗାଉଁଲି ବୃଦ୍ଧାଙ୍କ ଜୀବୀନକୁ ନେଇ ହୋଇଥିଲା।

ଏଥିରେ ତାପସୀ ଓ ଭୂମି ଅଭିନେତ୍ରୀ ସୁଟର ଭାବେ ନଜର ଆସିଥିଲେ। ତୁଷାର ହୀରାନନ୍ଦନୀ ଏଥିରେ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ।

ଠାକରେ

୨୦୧୯, ଜାନୁଆରି ୨୫ ରିଲିଜ ହୋଇଥିଲା ବାୟୋପିକ ଠାକରେ। ଶିବସେନା’ ଦଳର ମୁଖ୍ୟ ବାଲାସାହେବ ଠାକରେଙ୍କ ଜୀବନୀକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଥିଲା। ନୱାଜୁଦ୍ଦିନ୍ ସିଦ୍ଦିକୀ ଏଥିରେ ଠାକରେଙ୍କ ଭୂମିକାରେ ଅଭିନୟ କରିଥିଲେ।  ଅଭିଜିତ ପନ୍‌ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

Comment