ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରଖ୍ୟାତ ଗଣିତଜ୍ଞ ତଥା ‘ସୁପର ୩୦’ର ପ୍ରତିଷ୍ଠାତା ଆନନ୍ଦକୁମାର ଆମେରିକାରେ ସମ୍ମାନିତ ହୋଇଛନ୍ତି। ଆମେରିକା ପକ୍ଷରୁ ଆନନ୍ଦଙ୍କୁ ‘ଦ ଏଜୁକେସନ ଏକ୍ସିଲେନ୍ସ ଆଓ୍ୱର୍ଡ’ ମିଳିଛି। ଗରିବ ପିଲାଙ୍କୁ ପାଠ ଫାଉଣ୍ଡେସନ ଫର୍‌ ଏକ୍ସିଲେନ୍ସ ସଙ୍ଗଠନ ପକ୍ଷରୁ କାଲିଫର୍ଣ୍ଣିଆରେ ଆନନ୍ଦଙ୍କୁ ଏହି ଆଓ୍ୱାର୍ଡ ମିଳିଛି। ଫାଉଣ୍ଡେସନ ଫର୍‌ ଏକ୍ସିଲେନ୍ସର ୨୫ ପୂର୍ତ୍ତି ଅବସରରେ ଏହି ସମ୍ମାନ ସମାରୋହ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା।

‘‘ଆଜିର ଯୁବପିଢ଼ି ଶିକ୍ଷିତ ହେଲେ ବିଶ୍ୱରେ ବଡ଼ ପରିବର୍ତ୍ତନ ହେବ। ଶିକ୍ଷା ହିଁ ବେରୋଜଗାରୀ, ଦାରିଦ୍ର୍ୟତା ଭଳି ଅନେକ ସମସ୍ୟାର ସମାଧାନ କରିପାରିବ’’ ଆମେରିକାରେ ସମ୍ମାନିତ ହେବା ପରେ ଏ କଥା କହିଛନ୍ତି ଆନନ୍ଦକୁମାର।

ଆନନ୍ଦ କୁମାର ତାଙ୍କ ଇନଷ୍ଟିଚ୍ୟୁଟ ସୁପର ୩୦ରେ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପାଠ ପଢ଼ାଇଥାନ୍ତି। ସୁପର ୩୦ରୁ ପ୍ରତିବର୍ଷ ଅନେକ ଛାତ୍ରଛାତ୍ରୀ ଆଇଆଇଟିରେ ସ୍ଥାନ ପାଇଥାନ୍ତି। ଏଥିରେ ଆନନ୍ଦ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

Comment