ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ହେଉଛନ୍ତି ଭାରତୀୟ ରାଜନୀତିର ଜଣେ ବଳିଷ୍ଠ ରାଜନେତା। ନିଜର ମଜାଳିଆ ଅନ୍ଦାଜ ପାଇଁ ଅନେକ ସମୟରେ ସେ ମିଡିଆ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ବର୍ତ୍ତମାନ ଲାଲୁଙ୍କ ଜୀବନିକୁ ନେଇ ଏକ ଭୋଜପୁରୀ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହାର ନାଁ ରହିଛି ‘ଲାଲ୍‌ଟେନ୍‌।’

ଫିଲ୍ମର ନାଁ ଲାଲୁଙ୍କ ରାଜନୈତିକ ଦଳ ରାଷ୍ଟ୍ରୀୟ ଜନତା ଦଳଙ୍କ ଚିହ୍ନ ଲଣ୍ଠଣକୁ ନେଇ ନାମିତ କରାଯାଇଛି। ଫିଲ୍ମରେ ବିବାଦରେ ଭରା ଲାଲୁଙ୍କ ଜୀବନି ଉପରେ ବିଭିନ୍ନ କଥା ସାମ୍ନାକୁ ଆସିବ। ଏହି ବାୟୋପିକ୍‌ରେ  ଭୋଜପୁରୀ ଅଭିନେତା ୟଶ୍‌ କୁମାର ଲାଲୁଙ୍କ ଭୂମିକାରେ ଅଭିନୟ କରିବେ। ଆସନ୍ତା ବର୍ଷ ଫେବ୍ରୁଆରି ସୁଦ୍ଧା ଫିଲ୍ମ ‘ଲାଲ୍‌ଟେନ୍‌’ ବଡ଼ ପରଦାରେ ରିଲିଜ ହେବ।

Comment