ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ହ୍ୟାଣ୍ଡସମ ହଙ୍କ୍‌ ହ୍ରିତିକ୍‌ ରୋଶନଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ସୁପର ୩୦’ ବ୍କସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ନିକଟରେ ଏହି ଫିଲ୍ମକୁ ବିଭିନ୍ନ ରାଜ୍ୟରେ ଟ୍ୟାକ୍ସ ଫ୍ରି ଘୋଷଣା କରିଥିବା ବେଳେ ଏବେ ମହାରାଷ୍ଟ୍ର ସରକାର ମଧ୍ୟ ‘ସୁପର ୩୦’କୁ ମହାରଷ୍ଟ୍ରରେ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି।

ବିହାରର ବହୁ ଚର୍ଚ୍ଚିତ ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଫିଲ୍ମ ‘ସୁପର ୩୦’ର କାହାଣୀ। ହ୍ରିତିକ ରୋଶନ ଅତି ସୁନ୍ଦର ଭାବେ ଆନନ୍ଦ କୁମାରଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ‘ସୁପର ୩୦’ରେ ହ୍ରିତିକଙ୍କ ଅଭିନୟକୁ ଫ୍ୟାନମାନେ ପ୍ରଶଂସା କରିଛନ୍ତି।

ମଙ୍ଗଳବାର ଆନନ୍ଦ କୁମାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସଙ୍କୁ ଭେଟିଥିଲେ। ଏନେଇ ଆନନ୍ଦ ଟୁଇଟରରେ ଏକ ଫଟୋ ସେୟାର କରିଛନ୍ତି। ଏହି ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ଫଡଣବୀସ ‘ସୁପର ୩୦’ର ସଫଳତା ପାଇଁ ଆନନ୍ଦ କୁମାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ମହାରାଷ୍ଟ୍ରରେ ‘ସୁପର ୩୦’ ପିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ।

Comment