ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର ଦେବା ଫଳରେ ୧୨ ଶିଶୁଙ୍କ ଶରୀର ଗୁରୁତର ଭାବେ ଅସୁସ୍ଥ ହୋଇଛି। ଏପରି ଏକ ଆଶ୍ଚର୍ୟ୍ୟଜନକ ଘଟଣା ଘଟିଛି ମହାରାଷ୍ଟ୍ରର ୟାଭତମାଲ ଜିଲ୍ଲାରେ। ସମସ୍ତ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଏବେ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ରବିବାର ଦେଶବ୍ୟାପୀ ପୋଲିଓ ଅଭିଯାନ ଆରମ୍ଭ ହୋଇଥିଲା। ଏକ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ଦିଆଯାଉଥିଲା। ଏହି ସମୟରେ ମହାରାଷ୍ଟ୍ର ୟାଭତମାଲ ଜିଲ୍ଲାର ଘାଟାନଜିର କାପାସି-କୋପାରୀ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର୍ ପିଆଇ ଦେଇଥିଲେ।

ଏହାପରେ ଅନେକ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଅନେକ ପିଲାଙ୍କର ବାନ୍ତି ମଧ୍ୟ ହୋଇଥିଲା।  ପରେ ସମସ୍ତ ଗୁରୁତର ଶିଶୁଙ୍କୁ ଭାସନ୍ତରାଓ ନାୟକ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ବର୍ତ୍ତମାନ ସମସ୍ତ ଶିଶୁଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଏହି ଘଟଣାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୋମବାର ପ୍ରାଥମିକ ଅନୁସନ୍ଧାନ ପରେ ଜଣେ ସିଏଚଓ, ଅଙ୍ଗନବାଡି କର୍ମୀ ଓ ଜଣେ ଆଶା କର୍ମୀଙ୍କୁ ନିଲମ୍ବିତ କରିଛନ୍ତି।

Comment