ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦିଲ୍ଲୀ ଓ ମୁମ୍ବାଇରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ
  • ୧୦ ରାଜ୍ୟରେ କେନ୍ଦ୍ରୀୟ ଟିମ୍
  • ଓଡ଼ିଶାରେ ଜଣେ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଦ୍ରୁତଗତିରେ ବଢ଼ିଚାଲିଛି। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮ରେ ପହଞ୍ଚିଛି। ରବିବାର ଦିନ ଓଡ଼ିଶାରେ ଆଉ ଚାରିଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଓଡ଼ିଶାରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ସୋମବାର ଜଣେ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହୋଇ ଫେରିଥିବା ଆକ୍ରାନ୍ତଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତମାନେ ବିଦେଶରୁ ଫେରିଥିଲେ।

ଦିଲ୍ଲୀରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ପରିସ୍ଥିତି ଅଣାୟତ ହୋଇଛି। ମହରାଷ୍ଟ୍ରରେ ମଧ୍ୟ ସମାନ ପରିସ୍ଥତି। ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ ରହିଥିବା ବେଳେ ମହାରାଷ୍ଟ୍ରରେ ୧୪୩ ଛୁଇଁଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧ହଜାର ୬୪୮ଟି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୧୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।  ୩୧ଟି ନୂତନ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୋଟ ୧୪୩ରେ ପହଞ୍ଚିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। କେରଳରେ ୧୯ଟି ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ସଂଖ୍ୟା ୫୭ରେ ପହଞ୍ଚି ଥିବା ସ୍ଵାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ହିମାଚଳ ପ୍ରଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଧ୍ୟପ୍ରଦେଶରେ ୯ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି।

୧୦ଟି ରାଜ୍ୟରେ କେନ୍ଦ୍ରୀୟ ଟିମ୍:

କରୋନାର ନୂତନ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତିଗତିରେ ବଢ଼ିଚାଲିଛି। ଦିନକୁ ଦିନ ସଂଖ୍ୟା ବଢ଼ୁଥିବାରୁ ତୃତୀୟ ଲହର ଆଶଙ୍କା ରହିଥିବା ଆଇଆଇଟି କାନପୁର ପକ୍ଷରୁ କୁହାଯାଇଛି। ୧୦ଟି ରାଜ୍ୟରେ କରୋନା ଦ୍ରୁତଗତିରେ ମାଡି ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ୧୦ଟି ରାଜ୍ୟରେ ମୁତୟନ ହୋଇଛନ୍ତି କେନ୍ଦ୍ରୀୟ ଟିମ୍। ଏହି ରାଜ୍ୟଗୁଡ଼ିକ ହେଲା କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରମ, କର୍ଣ୍ଣାଟକ, ଝାରଖଣ୍ଡ, ବିହାର, ୟୁପି ଏବଂ ପଞ୍ଜାବ। ସମ୍ପୃକ୍ତ ରାଜ୍ୟଗୁଡ଼ିକରେ କେନ୍ଦ୍ରୀୟ ଟିମ୍ ୩ରୁ ୫ଦିନ ସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ସହ କାମ କରିବେ। ଏହି ଟିମ୍ ଟିକାକରଣକୁ ସମ୍ପୂର୍ଣ୍ଣ କରିବା ଦିଗରେ କାର୍ଯ୍ୟ କରିବେ। ଏହା ସହ ଟେଷ୍ଟିଙ୍ଗ, କଣ୍ଟାକ୍ଟ ଟ୍ରେସିଂ, ସର୍ଭିଲାନ୍ସ, କଣ୍ଟେନମେଣ୍ଟ ଉପରେ ନଜର ରଖିବେ। ଡାକ୍ତରଖାନାରେ ବେଡ ରହିଛିକି ନାହିଁ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ଏବଂ ଡାକ୍ତରଖାନାରେ ଅକ୍ସିଜେନ ଯୋଗାଣ ପାଇଁ ପଦକ୍ଷେପ ନେବେ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏମାନେ ପରାମର୍ଶ ଦେଇପାରିବେ।

ବଢ଼ୁଛି ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ସଂକ୍ରମଣ ସଂଖ୍ୟା:

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ପୂର୍ବ ଭ୍ୟାରିଏଣ୍ଟ ଡେଲ୍ଟା ତୁଳନାରେ କ୍ଷତିକାରକ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଓମିକ୍ରନ ଦ୍ରୁତ ସଂକ୍ରମକ ହୋଇଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ୧୮ରୁ କମ୍ ବୟସର ପିଲା ଅଧିକ ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି। ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଟିକାକରଣ କରିବାକୁ ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ପାଇଁ ଜାନୁଆରି ପହିଲାରୁ ପଞ୍ଜିକରଣ ଆରମ୍ଭ ହେବ। ଏଥିପାଇଁ କୋ-ଓ୍ବିନ ଆପ୍ଲିକେସନକୁ ଯାଇ ପଞ୍ଜିକୃତ କରିବାକୁ ପଡ଼ିବ। ଷ୍ଟୁଡେଣ୍ଟ ଆଇକାର୍ଡ ଦେଖାଇ ପଞ୍ଜିକରଣ କରିହେବ।

 

କେଉଁ ରାଜ୍ୟରେ କେତେ?

ଦିଲ୍ଲୀରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚି ଥିବାବେଳେ ମହାରାଷ୍ଟ୍ରରେ ୧୪୩ ରହିଛି। ଏହା ତଳକୁ ରହିଛି କେରଳ। କେରଳରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୭ରେ ପହଞ୍ଚିଛି। ଗୁଜୁରାଟରେ ୪୯, ତେଲେଙ୍ଗାନାରେ ୪୧, ତାମିଲନାଡୁରେ ୩୪, କର୍ଣ୍ଣାଟକରେ ୩୧, ମଧ୍ୟପ୍ରଦେଶରେ ୯, ଓଡ଼ିଶାରେ ୮,  ଆନ୍ଧ୍ରପ୍ରଦେଶରେ ୬, ଜମ୍ମୁ ଓ ଚଣ୍ଡିଗଡ଼ରେ ୩,ଉତ୍ତରପ୍ରଦଶରେ ୨, ହିମାଚଳ ପ୍ରଦେଶରେ ୧, ଉତ୍ତରାଖଣ୍ଡରେ ୧ ଓ ଲଦ୍ଦାଖରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment