ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପାଟଣାଗଡ଼’ ଫିଲ୍ମ ଉପରେ ଅଙ୍କୁଶ ଲଗାଇଲେ ମୁମ୍ଵାଇ ହାଇକୋର୍ଟ। ପୁଞ୍ଜିଲାଲ୍‌ଙ୍କ ପତ୍ନୀ ଦାୟର କରିଥିବା ମାମଲା ଉପରେ ଶୁଣାଣି କରିବେ ହାଇକୋର୍ଟ। ଏଥିରେ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଓ ୨ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏଥିରେ ଆଇପିଏସ୍‌ ଅରୁଣ ବୋଥ୍ରା, ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ମଧ୍ୟ କୋର୍ଟ ନୋଟିସ କରିଛନ୍ତି କୋର୍ଟ। ଫିଲ୍ମର ପ୍ରଦର୍ଶନ ଓ ନିର୍ମାଣ ବିରୋଧରେ ଆବେଦନ କରିଥିଲେ ପୁଞ୍ଜିଲାଲଙ୍କ ପରିବାର।

ପାଟଣାଗଡ଼ ଫିଲ୍ମରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ପ୍ରମୋଟର ଭାବେ ଚିତ୍ରଣ କରିବା ସହ ପୁଞ୍ଜିଲାଲ ମେହେରଙ୍କୁ ଏଥିରେ ଖଳନାୟକ ଭାବେ ଚିତ୍ରଣ କରାଯାଇଛି। ଏଥିପାଇଁ କ୍ଷମାପ୍ରାର୍ଥନା ପାଇଁ ନୋଟିସ କରାଯାଇଛି। ଅନ୍ୟପକ୍ଷରେ ଅରୁଣ ବୋଥ୍ରା ପୁଞ୍ଜିଲାଲ୍‌ ମେହେରଙ୍କୁ ଫସାଇ ଦେଇଥିବା ପୁଞ୍ଜିଲାଲଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

୨୦୧୮ ଫେବ୍ରୁଆରି ୨୩ରେ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ନବବିହାହିତ ସଫ୍ଟୱେର ଇଞ୍ଜିନିୟର ସୌମ୍ୟଶେଖର ସାହୁ, ତାଙ୍କର ଜେଜେମାଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ରୀମାରାଣି ଗୁରୁତର ଆହତ ହୋଇଥିଲେ। ଏହି ଘଟଣାର ମୁଖ୍ୟ ଖଳନାୟକ ଥିଲେ ପୁଞ୍ଜିଲାଲ ମେହେର। ଏହାକୁ ନେଇ ପାଟଣାଗଡ଼ ଫିଲ୍ମ ନିର୍ମାଣ ହୋଇଛି।

Comment