ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜିଲାଣ୍ଡ ମାଟିରେ ଲଜ୍ଜାଜନକ ଟେଷ୍ଟ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟକୁ ନ୍ୟୁଜିଲାଣ୍ଡ ଦଳ ୧୦ ୱିକେଟରେ ଜିତି ନେଇଛି।

ଏଥିସହିତ ୱିଲିଙ୍ଗଟନ ପିଚରେ ଟେଷ୍ଟ ପରାଜୟ ବରଣ କରିଛି ଭାରତୀୟ କ୍ରିକେଟ୍ ଦଳ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସରେ ୧୬୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକଟିଏ ମଧ୍ୟ ଅର୍ଜନ କରିପାରିନଥିଲେ।

ଏହାପରେ ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ଦଳ ୩୪୮ ରନ୍ କରିଥିଲା। ଏହାପରେ ଦ୍ୱିତୀୟ ଇଂନିସରେ ମଧ୍ୟ ଟିମ୍ ଇଣ୍ଡିଆ ଖରାପ ବ୍ୟାଟିଂ କରିଥିଲେ। ଦଳ ଦ୍ୱିତୀୟ ଇଂନିସରେ ମାତ୍ର ୧୯୧ରନ୍ କରିପାରିଥିଲା। ତେଣୁ ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ମାତ୍ର ୯ ରନ୍ ଆବଶ୍ୟକ ହେଉଥିଲା। ଯାହାକୁ ଦଳ ବିନା କୌଣସି ୱିକେଟ୍ ହରାଇ ହାସଲ କରିନେଇଥିଲା।

ଏଥିସହିତ ଦୁଇ ମ୍ୟାଚ୍ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି। ସିରିଜ୍ ପରବର୍ତ୍ତୀ ମ୍ୟାଚ୍ ଫେବ୍ରୁଆରି ୨୮ତାରିଖରୁ ଆରମ୍ଭ ହେବ।

Comment