ଓଡ଼ିଶାଲାଇଭ୍ ବ୍ୟୁରୋ

କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (NRRI) ରେ ସିନିୟର ରିସର୍ଚ୍ଚ ଫେଲୋ ଏବଂ ଏଗ୍ରିକଲ୍‌ଚରାଲ୍‌ ଫିଲ୍ଡ ଅଫିସର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ ମାର୍ଚ୍ଚ ୭ରେ ହେବାକୁ ଯାଉଥିବା ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଅଂଶ ଗ୍ରହଣ କରିପାରିବେ।

ଏହି ନିଯୁକ୍ତି ସଂପୂର୍ଣ୍ଣ ରୂପେ ଚୁକ୍ତିଭିତ୍ତିକ ଏବଂ ଏହା “ଲିଭେରେଜିଂ ଇନ୍‌ଷ୍ଟିଚ୍ୟୁସନାଲ୍‌ ଇନୋଭେସନ୍‌ ଆଣ୍ଡ୍‌ ମାର୍କେଟ ଲେଡ୍‌ ଏଗ୍ରିକଲ୍‌ଚରାଲ୍‌ ଗ୍ରୋଥ୍‌ ଇନ୍‌ ଇଷ୍ଟର୍ଣ୍ଣ ଇଣ୍ଡିଆ” ପ୍ରୋଜେକ୍ଟ ଅଧୀନରେ ଦିଆଯିବ।

ସିନିୟର ରିସର୍ଚ ଫେଲୋ: (ଗୋଟିଏ ପଦବୀ)

ଶିକ୍ଷାଗତ ଯୋଗ୍ୟତା– ଏଗ୍ରିକଲ୍‌ଚରାଲ୍‌ ଇକୋନୋମିକ୍ସ/ ଏଗ୍ରିକଲ୍‌ଚରାଲ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ/ ଏଗ୍ରିକଲ୍‌ଚରାଲ୍‌ କ୍ସଟେନ୍‌ସନ୍‌/ ଏଗ୍ରିକଲ୍‌ଚରାଲ୍‌ ଷ୍ଟାଟିଷ୍ଟିକ୍ସ/ଇକୋନୋମିକ୍ସ/ ଷ୍ଟାଟିଷ୍ଟିକ୍ସ/କମ୍ପ୍ୟୁଟର ଆପ୍ଲିକେସନ୍‌/ କମ୍ପ୍ୟୁଟର ସାଇନ୍ସ/ଇନ୍‌ଫର୍‌ମେସନ୍‌ ଟେକ୍ନୋଲୋଜୀରେ ସେନାତକୋତ୍ତର ଡିଗ୍ରୀ ହାସଲ କରିଥିବେ କିମ୍ବା ଉପରୋକ୍ତ ବିଷୟରେ ପି.ଏଚ୍‌.ଡି ଡିଗ୍ରୀ ହାସଲ କରିଥିବେ।

ବୟସ ସୀମା– ପୁରୁଷ (୩୫ ବର୍ଷ), ମହିଳା (୪୦ ବର୍ଷ)

ଦରମା– ପ୍ରଥମ ଓ ଦ୍ଵିତୀୟ ବର୍ଷ (୩୧,୦୦୦ ଟଙ୍କା), ତୃତୀୟ ବର୍ଷ (୩୫,୦୦୦ଟଙ୍କା)

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୭ ସକାଳ ୧୦.୩୦

ଏଗ୍ରିକଲ୍‌ଚରାଲ୍‌ ଫିଲ୍ଡ ଅଫିସର୍‌: (ଗୋଟିଏ ପଦବୀ)

ଶିକ୍ଷାଗତ ଯୋଗ୍ୟତା– ଏଗ୍ରିକଲ୍‌ଚ୍‌ କିମ୍ବା ସମ୍ବନ୍ଧୀୟ ବିଷୟରେ ଦ୍ଵାଦଶ (ଭୋକେସନାଲ୍‌) କିମ୍ବା ଦଶମ ପାସ୍‌ କରିବା ସହ ରୁରାଲ ଡେଭେଲପ୍‌ମେଣ୍ଟ/ଏଗ୍ରିକଲ୍‌ଚରାଲ୍‌ ଫିଲ୍ଡରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।।

ବୟସ ସୀମା– ୫୦ ବର୍ଷରୁ କମ୍‌ ବୟସ୍କ

ଦରମା– ୧୨,୫୦୦ ଟଙ୍କା

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୭ ସକାଳ ୧୧.୩୦

ନିଯୁକ୍ତି ସ୍ଥାନ- କଟକ NRRI

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାଟୋଡାଟା ଏବଂ ଦରକାରୀ କାଗଜପତ୍ର ସହ ନିର୍ଦ୍ଧାରିତ ସମୟ ପୂର୍ବରୁ କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଏହି ବିଜ୍ଞପ୍ତି ବିଷୟରେ ଅଧିକ ଜାଣିବା ପାଇଁ icar-nrri.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment