ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ମହିଳା ଟି-୨୦ ବିଶ୍ଵକପରେ ଭାରତର ଲଗାତାର ଦ୍ଵିତୀୟ ବିଜୟ। ଏହି ମ୍ୟାଚରେ ବାଂଲାଦେଶକୁ ୧୮ ରନ୍‌ରେ ହରାଇଲା ଭାରତ। ପୁନମ ଯାଦବଙ୍କ ଘାତକ ବୋଲିଂ ଯୋଗୁଁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇପାରିଛି। ଏହାସହ ଗ୍ରୁପ୍‌ ‘ଏ’ରେ ଭାରତ ୪ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି।

ଏହି ମ୍ୟାଚରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ଦଳ ଏତେ ଉନ୍ନତ ପ୍ରଦର୍ଶନ କରିପାରିନଥିଲା। ଦଳ ପକ୍ଷରୁ ଶେଫାଳି ବର୍ମା ୩୯ ଓ ଜେମିମା ରୋଡିଗ୍ୟୁସ ୩୪ ରନ୍‌ କରିଥିଲେ। ଫଳରେ ଦଳ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୪୨ ରନ୍‌ କରିଥିଲା।

ପରେ ବାଂଲାଦେଶ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ବାଂଲାଦେଶ ଉପରେ ଭାରି ପଡ଼ିଲେ ଭାରତୀୟ ବୋଲର। ବାଂଲାଦେଶ ଭଲ ଆରମ୍ଭ କରିଥିଲେ ମଧ୍ୟ ଲକ୍ଷ୍ୟ ପୂରଣ କରିପାରିନଥିଲା। ଫଳରେ ଦଳ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୨୪ ରନ୍‌ କରିଥିଲା। ଫଳରେ ଭାରତ ଏହି ମ୍ୟାଚକୁ ୧୮ ରନ୍‌ରେ ଜିତି ନେଇଥିଲା।

Comment