ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାଘର ଭୋଜିକୁ ଯାଉଥିବା ବେଳେ ଅଘଟଣ। ବ୍ରିଜ ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌। ଫଳରେ ଏଥିରେ ଥିବା ୨୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ରାଜସ୍ଥାନର ବୁନ୍ଦି ଜିଲ୍ଲା କୋଟା-ଦଉସା ମେଗା ଜାତୀୟ ରାଜପଥ ନିକଟରେ। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବୁଧବାର ସକାଳୁ ବାରନାରୁ ୨୮ ଜଣ ଲୋକ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ବସ୍‌ରେ ସାଓ୍ଵାଇ ମାଧପୋରା ଯାଉଥିଲେ। ବସ୍‌ଟି କୋଟା-ଦଉସା ମେଗା ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ରାସ୍ତା କଡ଼ରେ ଥିବା ମୈଜ ନଦୀକୁ ଖସି ପଡ଼ିଥିଲା। ବସ୍‌ ଡ୍ରାଇଭର ଭାରସାମ୍ୟ ହରାଇଥିବାରୁ ଏପରି ଅଘଟଣ ହୋଇଥିବା ଜଣାପଡ଼ିଛି।

ଏହି ନଦୀ ଉପରେ ଥିବା ବ୍ରିଜରେ ବ୍ୟାରିକେଡ ନଥିବାରୁ ବସ୍‌ଟି ସିଧାସଳଖ ନଦୀ ଭିତରକୁ ଖସି ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକ ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ପରେ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Comment