ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଗତ ଜାନୁଆରି ମାସରେ ସଡକ ଦୁର୍ଘଟଣାରେ ୫୭ ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଡ଼କ ସୁରକ୍ଷା କମିଟି ବୈଠକରେ ଏହି ବିଷୟରେ ସୂଚନା ଦିଆଯାଇଛି। ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଉପସ୍ଥିତ ଥିଲେ।

ସଡ଼କ ଦୁର୍ଘଟଣାରେ ଏତେ ସଂଖ୍ୟକ ବ୍ୟକ୍ତି ମୃତ୍ୟୁବରଣ କରିଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଉଦ୍‌ବେଗ ପ୍ରକାଶ କରିଥିଲେ। ଟ୍ରକ ଓ ବସ ମାଲିକମାନେ ଏଥିପାଇଁ ଅଧିକ ଯତ୍ନଶୀଳ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବସ୍‌ରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସାଙ୍ଗକୁ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବାକୁ କହିଥିଲେ ଜିଲ୍ଲାପାଳ।

ବସ୍‌ ଚାଳକ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର ତାଲିମ ଦିଆଯିବ। ଏ ବାବଦ ସମସ୍ତ ଖର୍ଚ ବସ ମାଲିକ ସଂଘ  ବହନ କରିବ। ଏହାସହ ଜିଲ୍ଲାର ସମସ୍ତ ସଡ଼କ ଦୁର୍ଘଟଣା ତଥ୍ୟ ପ୍ରଦାନ କରିବାକୁ ଆରଟିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅସୁରକ୍ଷିତ ଭାବେ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ଗାଡ଼ିଗୁଡ଼ିକ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

Comment