ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ସରକାରଙ୍କ ଟେଲିକମ୍ୟୁନିକେସନ୍ ବିଭାଗରେ ସବ୍ ଡିଭିଜନାଲ୍ ଇଞ୍ଜିନିୟର୍ ଓ ଜୁନିଅର୍ ଟେଲିକମ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମୁଦାୟ ୧୦୧ଟି ପଦବୀରେ ଏହି ନିଯୁକ୍ତି ଦିଆଯିବ। ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ସୁଦ୍ଧା ଆବେଦନ କରିପାରିବେ ଆଗ୍ରହୀ ପ୍ରାର୍ଥୀ। ଦେଶର ବିଭିନ୍ନ ସ୍ଥାନରେ ଡେପୁଟେସନ୍ ଭିତ୍ତିରେ ଏହି ନିଯୁକ୍ତି ଦିଆଯିବ।

ପଦବୀ

  • ସବ୍ ଡିଭିଜନାଲ ଇଞ୍ଜିନିୟର୍ – ସାଧାରଣ ବର୍ଗ – ୯୦
  • ଜୁନିଅର୍ ଟେଲିକମ୍ ଅଫିସର୍ – ସାଧାରଣ ବର୍ଗ – ୧୧

ଶିକ୍ଷାଗତ ଯୋଗ୍ୟତା

  • ସବ୍ ଡିଭିଜନାଲ ଇଞ୍ଜିନିୟର୍ – ଇଞ୍ଜିନିୟରିଂ କିମ୍ବା ଏହାର ସମସାମୟିକ ଟ୍ରେଡରେ ବ୍ୟାଚେଲର୍ ଡିଗ୍ରୀ କରିଥିବେ। ଟେଲିକମ୍ୟୁନିକେସନ୍ କ୍ଷେତ୍ରରେ ୨ ବର୍ଷର ଅଭିଜ୍ଞତା ଥିବ।
  • ଜୁନିୟର୍ ଟେଲିକମ୍ ଅଫିସର୍ – ଇଞ୍ଜିନିୟରିଂ କିମ୍ବା ଏହାର ସମସାମୟିକ ଟ୍ରେଡ୍‌ରେ ବ୍ୟାଚେଲର୍ ଡିଗ୍ରୀ କରିଥିବେ।

ବୟସ

ସବ୍ ଡିଭିଜନାଲ ଇଞ୍ଜିନିୟର୍ ଏବଂ ଜୁନିୟର୍ ଟେଲିକମ୍ ଅଫିସର୍ ପାଇଁ ପ୍ରାର୍ଥାଙ୍କ ବୟସ ୫୬ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।

ଦରମା

  • ସବ୍ ଡିଭିଜନାଲ ଇଞ୍ଜିନିୟର୍ – ୪୭,୬୦୦ରୁ ୧,୫୧,୧୦୦ ଟଙ୍କା (ଲେବୁଲ୍-୮)
  • ଜୁନିୟର୍ ଟେଲିକମ୍ ଅଫିସର୍ – ୪୪,୯୦୦ରୁ ୧,୪୨,୪୦୦ ଟଙ୍କା (ଲେବୁଲ୍-୭)
  • ପ୍ରାର୍ଥୀ ତାଙ୍କ ଆବେଦନପତ୍ରରେ ନିଜ ପସନ୍ଦର ୩ଟି ସ୍ଥାନ(ଏଲ.ଏସ.ଏ) ଦେଇପାରିବେ। ତେବେ ପ୍ରଥମ ପସନ୍ଦର ଏଲ.ଏସ.ଏ ଠିକଣାରେ ହିଁ ତାଙ୍କୁ ନିଜର ଆବେଦନପତ୍ର ଦାଖଲ କରିବାକୁ ପଡ଼ିବ। ପ୍ରାଥମିକ ପର୍ଯ୍ୟାୟରେ ଏହି ଡେପୁଟେସନ୍ ନିଯୁକ୍ତି ୩ ବର୍ଷ ପାଇଁ ଦିଆଯିବ। ଆବଶ୍ୟକ ପଡ଼ିଲେ ଏହାର ଅବଧି ୫ ବର୍ଷ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।
  • ସବିଶେଷ ତଥ୍ୟ ଏବଂ ଆପ୍ଲିକେସନ୍ ଫର୍ମାଟ୍ ପାଇଁdot.gov.inରେ ଲଗଅନ୍ କରିପାରିବେ।

Comment