ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀକୁ ୧୫ ଦିନ ଧରି ପାଳନ କରିବ ବିଜେଡି। ଏନେଇ ଗୁରୁବାର ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ସୂଚନା ଦିଆଯାଇଛି।

ମାର୍ଚ୍ଚ ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ପାଳନ କରାଯିବ। ମାର୍ଚ୍ଚ ୫ ତାରିଖ ଦିନ କଟକ ବାଲିଯାତ୍ରା ପଡ଼ିଆରେ ଏଥିପାଇଁ ରାଜ୍ୟସ୍ତରୀୟ ଏକ ସମାବେଶର ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି।

ଏଥିସହିତ ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀ ଓ ୩୧୪ଟି ବ୍ଲକରେ ମଧ୍ୟ  ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେବ ବିଜୁ ଜନତା ଦଳ।

Comment